ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ପକ୍ଷରୁ ପ୍ରାଥମିକ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଡିପ୍ଲୋମା ଦ୍ଵାରା ପ୍ରାର୍ଥୀମାନେ ଓଡ଼ିଶାରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିବେ।

ଏହି ଡିପ୍ଲୋମା ପାଠ୍ୟକ୍ରମ ପାଇଁ ରାଜ୍ୟର ବିଭିନ୍ନ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଆନୁଷ୍ଠାନରେ ନାମ ଲେଖାଇବାକୁ ସୁଯୋଗ ମିଳିବ। ମୋଟ ୬,୫୦୦ରୁ ଅଧିକ ସିଟରେ ଏହି ନାମଲେଖା ହେବ।

ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଏପ୍ରିଲ ୩୦। ଯଦି ଆପଣମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଯୁକ୍ତ୨ ପାସ କରିଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଯୁକ୍ତ୨ ପରୀକ୍ଷାରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଅବଶ୍ୟକ
  • ସେମାନଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ
  • ସେମାନେ ଓଡ଼ିଆ ଲେଖି ପଢ଼ି ପାରୁଥିବା ଆବଶ୍ୟକ
  • ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କୁ ବୟସସୀମାରେ ଛାଡ଼ ମିଳିବ

ଚୟନ ପ୍ରକ୍ରିୟା

  • ଏସସିଇଆରଟି ଦ୍ଵାରା ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଏକ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) କରାଯିବ
  • ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ମେରିଟ ଲିଷ୍ଟରେ ବାହାର କରାଯିବ
  • ମେରିଟ ଲିଷ୍ଟ ଆଧାରରେ ପର୍ଯ୍ୟାୟକ୍ରମେ ନାମଲେଖା ହେବ

ଆବେଦନ ଶୁଳ୍କ

  • ଅଣସରଂକ୍ଷିତ ଓ ଏସଇବିସି ବର୍ଗ ୫୦୦ ଟଙ୍କା
  • ଅନୁସୂଚିତ ଜାତି ଓ ଜନଜାତି ବର୍ଗ ୩୦୦ ଟଙ୍କା

କେମିତି କରିବେ ଆବେଦନ?

  • ଏସସିଇଆରଟିର ୱେବସାଇଟ scertodisha.nic.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ଆଡମିଶନ ଅପ୍ସନକୁ କ୍ଲିକ କରନ୍ତୁ
  • ନିଜର ଫୋନ ନମ୍ବର ଓ ଇ-ମେଲ ଆଇଡି ଦେଇ ରେଜିଷ୍ଟ୍ରେସନ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏସସିଇଆରଟି ପକ୍ଷରୁ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କେବେ କରାଯିବ ସେନେଇ ଆଗକୁ ସୂଚନା ଦିଆଯିବ। ପରୀକ୍ଷା ଓ ପାଠ୍ୟକ୍ରମ ସମ୍ବନ୍ଧୀୟ ଅଧିକ ସୂଚନା ଏସସିଇଆରଟିର ୱେବସାଇଟରେ ଉପଲବ୍ଧ।

Tags: #SCERT #DiplomaCourse #ElementaryEducation #EducationYear2023-24 #Odisha

 

LEAVE A REPLY

Please enter your comment!
Please enter your name here