ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ସୋମବାର ଦିନ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ସହିଦ ସ୍ମୃତି ଭବନକୁ ଯାଇଛନ୍ତି।

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ ଏବଂ କୁଲିଅଣାରେ ଏକଲବ୍ୟ ମଡେଲ ସ୍କୁଲର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ହେବା ପରେ ଆଜି ଦ୍ଵିତୀୟ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୟୂରଭଞ୍ଜ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଖୁବ ସୁନ୍ଦର ଭାବେ ବାରିପଦା ଓ ରାଇରଙ୍ଗପୁରକୁ ସଜ୍ଜା ଯାଇଛି।

ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ତିନୋଟି ନୂଆ ଟ୍ରେନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି କିଛି ସମୟ ବାରିପଦା ସର୍କିଟ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ଣ ୨ଟା ୩୫ ମିନିଟରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଇରଙ୍ଗପୁର ଯିବେ ଦ୍ରୌପଦୀ ମୁର୍ମୁ।

Tags: #President of India #DroupadiMurumu #OdishaVisit #baripada #Mayurbhanj #Odisha

LEAVE A REPLY

Please enter your comment!
Please enter your name here