ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାରଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ୍ ବିକ୍ରି। ଓଡ଼ିଶା କ୍ରିକେଟ ଆସୋସିସନ (ଓସିଏ) ସହ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜ ଓ ଅନ୍ୟ ସଙ୍ଗଠନଙ୍କ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଏହାପରେ ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିଵ। 

ସୋମବାର ଓସିଏ ସହ ଅନୁବନ୍ଧିତ ୭୩ଟି ସଂସ୍ଥାକୁ ପ୍ରାୟ ୧୦ ହଜାରଟି ଟିକେଟ ବିକ୍ରି ହୋଇଛି। ଦୁଇ ଦିନ ଧରି ଅନୁଵନ୍ଧିତ ସଂସ୍ଥା ଗୁଡିକୁ ଏହି ଟିକେଟ୍ ବିକ୍ରି ଚାଲିଵ। 

ରବିବାର ସାଧାରଣ ଦର୍ଶକଙ୍କ ପାଇଁ ଆରମ୍ଭ ହୋଇଥିଵା ଅନଲାଇନ ଟିକେଟ୍ ବିକ୍ରି ହୋଇଯାଇଛି। ଏଥିରେ ନ୍ୟୁ ପାଭିଲିୟନ ଵ୍ୟତୀତ ଅନ୍ୟ ସବୁ ଟିକେଟ୍ ମାତ୍ର ୨ ଘଣ୍ଟା ଭିତରେ ବିକ୍ରି ହୋଇଯାଇଥିଲା। ଏବେ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ।

ଅନ୍ତପଟେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ ପାଇଁ ଦୁଇଟି ପିଚ୍ ପ୍ରସ୍ତୁତ କରାଯାଇଛି। ଏହାକୁ ବିସିସିଆଇର ସହକାରୀ କ୍ୟୁରେଟର ନିରିକ୍ଷଣ କରିଛନ୍ତି।

Tags: #IndiavsEngland #ODIMatch #BarabatiStadium #Cricket #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here