ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ପାଟିରେ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ସହ ମାଢ଼ି ସଂକ୍ରମଣ ହେବାକୁ ପାଇରିଆ ରୋଗ କୁହାଯାଏ। ଏହା ଏକ ସାଧାରଣ ପାଟି ରୋଗ, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳେ। ପାଇରିଆ ରୋଗ ଯୋଗୁଁ ବ୍ୟକ୍ତିର ପାଟିରୁ ଦୁର୍ଗନ୍ଧ ବାହାରିଥାଏ, ମାଢ଼ି ଫୁଲିଯାଏ ଏବଂ ସେଥିରୁ ରକ୍ତ ବାହାରିଥାଏ।
ସଠିକ ସମୟରେ ଏହାର ଚିକିତ୍ସା କରାନଗଲେ ପରିସ୍ଥିତି ଜଟିଳ ହୋଇପାରେ ବୋଲି ଡାକ୍ତର କୁହନ୍ତି। ଆସନ୍ତୁ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ପାଇରିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆର ଏହି ଭିଡିଓରେ।
ମାର୍ଚ୍ଚ ୨୦ ତାରିଖ, ବୁଧବାର ଦିନ ହେଉଛି ଓ୍ଵାର୍ଲ୍ଡ ଓରାଲ ହେଲଥ ଡେ’ ବା ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ମୁଖ ସ୍ୱାସ୍ଥ୍ୟ କ’ଣ, ମୁଖର ଯତ୍ନ କିପରି ନେବେ ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ମୋଟ ୬ଟି ଭିଡିଓ ପୋଷ୍ଟ କରାଯିବ।
‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମୁଖର ସ୍ୱାସ୍ଥ୍ୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଉଛି।
Tags: #WorldOralHealthDay2024 #HealthForAll #Dentalcare #Healthylife #OdiaHealthTips