ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଓଡ଼ିଶା ବିଧାନସଭା ଫଳାଫଳରେ ଏକ ବଡ଼ ଧରଣର ପରିବର୍ତ୍ତନର ସୂଚନା ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ ଅଧିକ ସ୍ଥାନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି।

ହିଞ୍ଜିଳି ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଅଛନ୍ତି। ସେହିପରି ଆଳିରୁ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ, ବାଙ୍କୀରୁ ଦେବୀରଞ୍ଜନ ତ୍ରିପାଠୀ, ଝାରସୁଗୁଡ଼ାରୁ ଦୀପାଳି ଦାସ, ପୁରୀରୁ ସୁନୀଲ ମହାନ୍ତି ପ୍ରମୁଖ ଆଗୁଆ ରହିଛନ୍ତି।

ଅନ୍ୟପକ୍ଷରେ ରାଉରକେଲା ଆସନରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗୁଆ ଅଛନ୍ତି। ସେହିପରି ବ୍ରହ୍ମଗିରିରେ ଉପାସନା ମହାପାତ୍ର, ପିପିଲିରେ ଆଶ୍ରିତ ପଟ୍ଟନାୟକ, ନିମାପଡ଼ାରେ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଏକାମ୍ରରେ ବାବୁ ସିଂହ, ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦ୍ଦେବ ଏବଂ ରଣପୁରରେ ସୁରମା ପାଢ଼ୀ ଆଗରେ ଚାଲିଛନ୍ତି।

ବିଜେଡିର ପ୍ରମୁଖ ନେତାମାନଙ୍କ ମଧ୍ୟରେ ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ନାୟକ, ବଡ଼ମ୍ବାରୁ ଦେବୀ ପ୍ରସାଦ ମିଶ୍ର, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ପ୍ରସାଦ ମହାରଥୀ ଏବଂ ରାଉରକେଲାରୁ ସାରଦା ପ୍ରସାଦ ନାୟକ ପଛୁଆ ଚାଲିଛନ୍ତି।

ଅନ୍ୟ ଚର୍ଚ୍ଚିତ ଆସନ ମଧ୍ୟରେ ଘସିପୁରାରେ ପୂର୍ବତନ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ଅଛନ୍ତି।

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ୧୪୭ଟି ବିଧାନସଭା ଆସନରୁ ୧୦୩ଟିର ଅପଡେଟ୍ ଆସିଛି। ତା’ ଭିତରେ ବିଜେପି ୫୬, ବିଜେଡି ୩୭ ଏବଂ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି।

(ବିଶେଷ ସୂଚନା: ସକାଳ ୧୦ଟା ୩୦ ସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ)

Tags: #OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here