ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ। ଏହି ଅଧିବେଶନ ତିନିଦିନ ଧରି ଚାଲିବ। ମଙ୍ଗଳବାର ଦିନଠାରୁ ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି।
ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଭାବେ ଶପଥ ନେବା ପରେ କେଭି ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ ଶପଥ ନେଇଥିଲେ। ଏହା ପରେ ଅନ୍ୟ ବିଧାୟକମାନେ ଶପଥ ନେଇଥିଲେ।
ଏହି ଅବସରରେ ବିଧାୟକ ଭାବେ ଶପଥ ନେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଧାକୟମାନଙ୍କୁ ପଦ ଏବଂ ଗୋପନୀୟତା ଶପଥ ପାଠ କରାଉଛନ୍ତି।
ଜୁନ ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟର ୧୪୭ ଜଣ ନବନିର୍ବାଚିତ ବିଧାୟକ ଶପଥ ନେବେ। ଜୁନ ୨୦ ତାରିଖ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।
ବିଧାନସଭାରେ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୭୫ ଜଣ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ଫୋର୍ମ। ଏହା ସହ ଆଣ୍ଟି ସାବୋଟେଜ ଓ ଆଣ୍ଟି ଟେରୋରିଷ୍ଟ ଟିମ ମୁତୟନ ରହିଛନ୍ତି।
Tags: #OdishaAssembly #AssemblySession #Politics #OathTakingCelemony #NewMLAsOfOdisha #TightSecurity