ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।

ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ସହ ପଶ୍ଚିମବଙ୍ଗରେ ୮୫ଟି ପ୍ଲଟ ଥିବା ଚଢ଼ଉ ବେଳେ ଜଣାପଡ଼ିଛି। ଏଥିମଧ୍ୟରୁ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ୮୦ଟି ପ୍ଲଟ, ପୁରୀ ଜିଲ୍ଲାର ଡେଲାଙ୍ଗରେ ୪ଟି ଏବଂ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ଠାବ କରାଯାଇଛି।

ଏହା ବ୍ୟତୀତ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ଗୋଟିଏ ପାଞ୍ଚ ମହଲା କୋଠା ଏବଂ ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଥିବାବେଳେ ନଗଦ ୧୧ ଲକ୍ଷ ଟଙ୍କା ୨୧୮ ଗ୍ରାମର ସୁନା ଗହଣା ଏବଂ ଗୋଟିଏ କାର ଜବତ କରାଯାଇଛି। ସରକାରୀ ବାବୁଙ୍କ ସମ୍ପତ୍ତିର ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ବିଭାଗ।

Tags: #VigilanceRaid #Balasore #PrabhasChandraPradhan #Anandpur #IrrigationDept #Odisha

LEAVE A REPLY

Please enter your comment!
Please enter your name here