ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ବୁଧବାର ଓଡ଼ିଶା ଆସିବେ। ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଭାରତୀୟ ପୁରୁଷ ହକି ଦଳର ଖେଳାଳିମାନେ ବୁଧବାର ଦିନ ୧୨ଟା ୩୦ ସମୟରେ ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେମାନେ ବିମାନବନ୍ଦରରୁ ରୋଡ ସୋ’ କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବେ। ପରବର୍ତ୍ତୀ ସମୟରେ ଲୋକସେବା ଭବନ କନଭେନସନ୍‌ ସେଣ୍ଟରଠାରେ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିବେ।

“ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ହକି ଦଳ ଆମ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କ ଏହି ସଫଳତା ଭାରତୀୟ କ୍ରୀଡ଼ା ଜଗତର ସ୍ୱର୍ଣ୍ଣିମ କାଳର ମୁକସାକ୍ଷୀ। ସବୁ ଖେଳାଳି ଆମ ପାଇଁ ପ୍ରେରଣାର ଉତ୍ସ। ସେମାନଙ୍କ ବିଜୟ ଆଜି ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଛି”, କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।

କ୍ରୀଡ଼ା ତଥା ହକିର ବିକାଶ ଏବଂ ଖେଳାଳିମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ଏବଂ ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ ମତପ୍ରକାଶ କରିଥିଲେ।

Tags: #ParisOlympics #IndianHockeyTeam #BronzeMedal #Odisha #HockeyIndia #Sports

LEAVE A REPLY

Please enter your comment!
Please enter your name here