ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ‘ଏକ ଦେଶ-ଏକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏକକ ନିର୍ବାଚନ ଉପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟକୁ ବୁଧବାର କ୍ୟାବିନେଟରେ ଅନୁମୋଦନ କରାଯାଇଛି। ରିପୋର୍ଟରେ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନ ଏକାସାଙ୍ଗରେ କରିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ ଅନୁସାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସରିବାର ୧୦୦ ମଧ୍ୟରେ ରାଜ୍ୟସ୍ତରରେ ବିଭିନ୍ନ ପୌର ସଂସ୍ଥାର ନିର୍ବାଚନ କରାଇବା ନେଇ ପରାମର୍ଶ ଦିଆଯାଇଛି। ଏନେଇ ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ଲାଗି ରିପୋର୍ଟରେ କୁହାଯାଇଛି।

୨୦୨୩ ସେପ୍ଟେମ୍ବର ୧ ତାରିଖରେ ‘ଏକ ଦେଶ-ଏକ ନିର୍ବାଚନ’ ବ୍ୟବସ୍ଥା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ଗଠନ ହୋଇଥିଲା। ଏହି କମିଟି ଏକକ ନିର୍ବାଚନ ପ୍ରସ୍ତାବ ଉପରେ ଭାରତର ୬୨ଟି ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରୁ ୩୧ଟି ଦଳ ଏହାର ସମର୍ଥନ କରିଥିଲେ। ୧୫ଟି ଦଳ ପ୍ରସ୍ତାବକୁ ବିରୋଧ କରିଥିବାବେଳେ ଅନ୍ୟ ୧୫ଟି ଦଳ ଏହା ବାବଦରେ କୌଣସି ଉତ୍ତର ଦେଇନଥିଲେ।   

୨୦୨୪ ମାର୍ଚ୍ଚ ମାସରେ କମିଟି ‘ଏକ ଦେଶ-ଏକ ନିର୍ବାଚନ’ ବ୍ୟବସ୍ଥା ଉପରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ।

 Tags: #OneNationOneElection #RamnathKovind #Elections #IndianPolitics #India

LEAVE A REPLY

Please enter your comment!
Please enter your name here