ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ କୃଷି ଦକ୍ଷତା ବୃଦ୍ଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବାରିପଦା ବିଧାୟକ ପ୍ରକାଶ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଏବଂ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ୧୧ଟି କ୍ଲଷ୍ଟର ମଧ୍ୟରୁ ୩ଟି କ୍ଲଷ୍ଟରର ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଫାର୍ମ ପ୍ରଡକ୍ସନ ଅର୍ଗାନାଇଜେସନକୁ ୩ଟି ଅମଳକ୍ଷମ ଟ୍ରାକ୍ଟର, କୃଷି ଯନ୍ତ୍ରପାତି ଏବଂ ଅତ୍ୟାଧୁନିକ କୃଷି ଉପକରଣମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ଆଲୋଚନାଚକ୍ର ଏବଂ କୃଷି ଯାନ୍ତ୍ରିକ ପଦ୍ଧତି କାର୍ଯ୍ୟକ୍ଷମତା ବିଷୟରେ ସେମିନାର ହୋଇଥିଲା। କୃଷି କାର୍ଯ୍ୟରେ ଜଳସେଚନ ଏବଂ ଉଠା ଜଳସେଚନର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୪୦୦ ଜଣ ଚାଷୀ ସାମିଲ ହୋଇଥିଲେ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରା, କୃଷି ଯୋଜନା ଅଧିକାରୀ ସୁଧାଂଶୁ ପଣ୍ଡା ଓ କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ଉପ ନିର୍ଦ୍ଦେଶିକା ମଧୁସ୍ମିତା ଜେନା ମଞ୍ଚ ପରିଚାଳନା କରିଥିଲେ।

Tags: #DistrictLevelAgriculturalSkillDevelopmentProgram #Agriculture #Baripada #Mayurbhanj #Odisha

LEAVE A REPLY

Please enter your comment!
Please enter your name here