ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରଠାରେ ଦୈନିକ ସମ୍ବାଦପତ୍ର ‘ସେଇଠୁ ଆରମ୍ଭ’ ପକ୍ଷରୁ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ପାଦକ ଶୁଭେନ୍ଦୁ ଦାସ ସଭାପତିତ୍ଵ କରିଥିଲେ।

ଏହି ଅବସରରେ ଶୁଭେନ୍ଦୁ ଦାସ କହିଥିଲେ, ‘ସେଇଠୁ ଆରମ୍ଭ’ କେବଳ ଏକ ଗଣମାଧ୍ୟମ ନୁହେଁ, ବରଂ ସମାଜକୁ ଦିଗଦର୍ଶନ ଦେଉଥିବା ଏକ ଶକ୍ତିଶାଳୀ ଆନ୍ଦୋଳନ।

ଉତ୍ସବରେ ‘ରେବତୀ’ ପତ୍ରିକାର ସହଯୋଗୀ ସମ୍ପାଦକ ତଥା ‘ସେଇଠୁ ଆରମ୍ଭ’ର ସାପ୍ତାହିକ ସାହିତ୍ୟ ପୃଷ୍ଠା ‘ଶବ୍ଦ’ର ସଂଯୋଜକ କବି କୃଷ୍ଣ କୁମାର ମହାନ୍ତି ଯୋଗଦେଇ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ କହିଥିଲେ, “ଜଣେ ପତ୍ରକାର କେବଳ ସମ୍ବାଦ ଲେଖେ ନାହିଁ, ସେ ସମୟର ଆତ୍ମାରେ ଧ୍ଵନୀ ଦେଇଥାଏ।”

“ନିରନ୍ତର ଖବର ପରିବେଷଣ କରିପାରିଲେ ‘ସେଇଠୁ ଆରମ୍ଭ’ ଏକ ଶକ୍ତିଶାଳୀ ଗଣମାଧ୍ୟମରେ ପରିଣତ ହେବ ବୋଲି କହିଥିଲେ ବ୍ୟୁରୋ ହେଡ ହରେକୃଷ୍ଣ ଦାସ। ନିଉଜ ୧୮ର ବାଲେଶ୍ଵର ଜିଲ୍ଲା ପ୍ରତିନିଧି ପ୍ରସନ୍ନଜିତ ଆଶ କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ବାଦିକମାନେ ନିରପେକ୍ଷ ଖବର ପରିବେଷଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

‘ସେଇଠୁ ଆରମ୍ଭ’ର ଭୁବନେଶ୍ଵର ପ୍ରତିନିଧି କିଶୋର ରଥ ଯୋଗଦେଇ ଉପସ୍ଥିତ ସାମ୍ବାଦିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମସ୍ତ ସାମ୍ବାଦିକଙ୍କୁ କର୍କଟ ରୋଗ ଚିକିତ୍ସା ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯିବ ସେ ସୂଚନା ଦେଇଥିଲେ।

ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ‘ସେଇଠୁ ଆରମ୍ଭ’ ର ୫୦ରୁ ଅଧିକ ସାମ୍ବାଦିକ ଯୋଗଦେଇ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ।  

ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ପାତ୍ର, ଅଜିତ କୁମାର ନାୟକ, ସୁବ୍ରତ କୁମାର ଘୋଷ, ଅର୍ଚ୍ଚନା ଦ୍ଵିବେଦୀ, ରାଜୁ ପାହାଡ଼, ସନ୍ତୋଷ ଅଟୀ, ସଞ୍ଜୀବ ନାୟକ, ଏସକେ ସହିଦ କାଦ୍ରି, ସୁଶାନ୍ତ ସେଠୀ, ଦେବେନ୍ଦ୍ର ସାଗର, ରିପନ୍ ବିଶ୍ଵାଳ ପ୍ରମୁଖଉପସ୍ଥିତ ଥିଲେ। ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ସଞ୍ଜୀବ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Tags: #JournalistConference #OdiaDaily #SeithuArambha #Balasore #Odisha

LEAVE A REPLY

Please enter your comment!
Please enter your name here