ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୫୪ ଜଣ ଆଇପିଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ରବିବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ କଟକ-ଭୁବନେଶ୍ଵର ପୋଲିସ କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ(ଟ୍ରେନିଂ) ପାହ୍ୟା ସହ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂହ କଟକ-ଭୁବନେଶ୍ଵର ପୋଲିସ କମିଶନର ହୋଇଛନ୍ତି।

ସେହିପରି ରାଜ୍ଯ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ମିଳିଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌ପି କୋଚେଙ୍କୁ ରାଜ୍ଯ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ଏହାସହ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ସନ୍ତୋଷ ବାଲା ଏସସିଆରବି ଏସଏଫଏସଏଲ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଗୃହ ବିଭାଗର ଓଏସଡି ଥିବା ଏସ୍.ଏମ୍ ନରୱାଣେଙ୍କୁ ରାଜ୍ଯ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି।

ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କୁ ରେଳବାଇ ଓ ତଟ ସୁରକ୍ଷା ଏଡିଜିପି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଏସସିଆରବିର ନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି। ଏହାସହିତ ଅନେକ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି।

Tags: #IPSReshuffle #IPSOfficers #PoliceOfficers #OdishaPolice

LEAVE A REPLY

Please enter your comment!
Please enter your name here