ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ନବରାତ୍ରିର ଅଷ୍ଟମ ଦିନ। ଆଜିର ଦିନରେ ଦେବୀ ମହାଗୌରୀଙ୍କ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

ଏହି ଅବତାରରେ ମା’ଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି। ଏହି ରୂପରେ ବୃଷଭ ମା’ଙ୍କ ବାହନ ହୋଇଥାଏ।

ଅଷ୍ଟମୀ ତିଥିରେ ମା’ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି ବୋଲି ବିଶ୍ଵାସ ରହିଛି। 

Tags: #Navaratri #MaaMahagouri #GoddessofPower #Culture #India

LEAVE A REPLY

Please enter your comment!
Please enter your name here