ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ତିନିଦିନିଆ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଭାରତର ଡାଟା କେବଳ ଭାରତୀୟ ଡାଟା ସେଣ୍ଟରରେ ରଖାଯିବା ସପକ୍ଷରେ ମତ ପ୍ରକାଶ କରିଛନ୍ତି।

“ଭାରତରେ ଡାଟା ସୃଷ୍ଟି ହେବାର ଆକାର ଏବଂ ଗତି ବୃଦ୍ଧି ପାଇଛି ଏବଂ ଏଆଇ ସହିତ ଆହୁରି ବଢ଼ିବ। ତେଣୁ ଦେଶରେ ଏଆଇ ଓ ମେସିନ୍ ଲର୍ନିଂ ଡାଟା ସେଣ୍ଟର ଅଧିକ ମାତ୍ରାରେ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଭାରତୀୟ କମ୍ପାନିଗୁଡ଼ିକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଦରକାର”, କହିଛନ୍ତି ଆକାଶ ଅମ୍ବାନୀ।

ସେ ଆହୁରି ମଧ୍ୟ କହିଛନ୍ତି, “ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ‘ଏଆଇ’ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଜିଓ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ‘ଏଆଇ’ର ଲାଭ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି। ସୁଲଭ ମୂଲ୍ୟରେ ଶକ୍ତିଶାଳୀ ଏଆଇ ମଡେଲ ଏବଂ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ।”

ଏହି ଅବସରରେ ସେ ଭାରତୀୟ ଡାଟା ସେଣ୍ଟର ନୀତି ୨୦୨୦ର ଡ୍ରାଫ୍ଟକୁ ଶୀଘ୍ର ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ମୋବାଇଲ୍ କମ୍ପାନି ଏବଂ ସଫଳ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ବଳରେ ଭାରତ ସମଗ୍ର ବିଶ୍ୱରେ ‘ଏଆଇ’ର ହବ୍ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।  

Tags: #AkashAmbani #DataCenters #IndianMobileCongress #RelianceJio #NewDelhi

LEAVE A REPLY

Please enter your comment!
Please enter your name here