ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଗାଳ୍ପିକ ଉଦୟ ନାରାୟଣ ଦାସଙ୍କ ରଚିତ ଉପନ୍ୟାସ ‘ଶ୍ରୀଜଙ୍ଗ’ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ସାହିତ୍ୟିକ କମଳାକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ‘ରେବତୀ’ ପତ୍ରିକାର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ‘ଶ୍ରୀଜଙ୍ଗ ମାଟିର ସଂଗ୍ରାମ’ କୁ ନେଇ ଉଦୟ ନାରାୟଣ ଦାସଙ୍କ ଉପନ୍ୟାସ ରଚନାକୁ ସେ ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ କବି ଯଶୋଧାରା ଦାସ, ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ‘ବହିଘର’ର ମୁଖ୍ୟ କବି ଅଭୟ ଦାସ, ସାମାଜିକ କର୍ମୀ ପ୍ରସନ୍ନ ପାତ୍ର, ତପନ ବିଶ୍ଵାଳ, ସିମନ ଦାସ ମହାପାତ୍ର, ଭାରତୀ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ଵାଧୀନତା ଆନ୍ଦୋଳନ ଓ ଶ୍ରୀଜଙ୍ଗର ଗୌରବପୂର୍ଣ୍ଣ ଗାଥା ଉପରେ ବିଭିନ୍ନ ମତ ରଖିଥିଲେ।
ଉପନ୍ୟାସ ‘ଶ୍ରୀଜଙ୍ଗ’ ସମ୍ପର୍କରେ ସାମ୍ୟକ ସୂଚନା ଦେଇଥିଲେ ଉଦୟ ନାରାୟଣ ଦାସ। ସମୀକ୍ଷକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ‘ଶ୍ରୀଜଙ୍ଗ’ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।
ମଧ୍ୟାନ୍ତରରେ ଅତିଥିମାନଙ୍କ ଦ୍ଵାରା ଉପନ୍ୟାସ ‘ଶ୍ରୀଜଙ୍ଗ’ର ଉନ୍ମୋଚନ କରାଯାଇଥିଲା।
କବି ମଧୁସୂଦନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣଶ୍ରୀ ପ୍ରକାଶିନୀର ମୁଖ୍ୟ ତଥା ପୁସ୍ତକ ପ୍ରକାଶକ ଡକ୍ଟର କବି କାଳୀପଦ ପଣ୍ଡା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ଶ୍ରୀଜଙ୍ଗ’ ବାସିନ୍ଦା ରବିନାରାୟଣ ରଥ, ପ୍ରସନ୍ନ ପାଢ଼ୀ, ବସନ୍ତ ମହାନ୍ତି ସମେତ ‘ଧ୍ଵନି ପ୍ରତିଧ୍ଵନି’ ସମ୍ବାଦପତ୍ରର କାର୍ଯ୍ୟନିର୍ବାହୀ ସମ୍ପାଦକ ସୃଷ୍ଟିଧର ପରିଡ଼ା, ସମ୍ପାଦିକା ସୈରିନ୍ଧ୍ରୀ ସାହୁ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ପୂର୍ବତନ ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, ‘ଚନ୍ଦ୍ରଭାଗା’ର ମୁଖ୍ୟ କବି ଶ୍ରୀଦେବ, ଗାଳ୍ପିକା ଦେବଯାନୀ ଦାସ, କବି ଶୁଭଶ୍ରୀ ଦାଶ, ଗାଳ୍ପିକ ନିବାରଣ ଜେନା, ଅରୁଣା ରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
Tags: #Novel #Shreejanga #Balasore #UdayaNarayanDas #Literature