ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ନୀଳଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ‘ଆଦିବାସୀ ସଂସ୍କୃତି’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଡକ୍ଟର କନକଲତା ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଚରମ୍ପା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ଦାସ ଯୋଗଦେଇ ଆଦିବାସୀଙ୍କ ଜୀବନଧାରା, ରୀତିନୀତି, ବିଶ୍ଵାସବୋଧ, ପର୍ବପର୍ବାଣୀ, ପୋଷାକ, ଖାଦ୍ୟ, ଚିତ୍ରକଳା ଓ ଆର୍ଥିକ ସଙ୍କଟ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଅଧ୍ୟାପକ ନଳିନୀକାନ୍ତ ପାଢ଼ୀ, ସୁଶ୍ରୀ ସ୍ମିତା ରାଜ, ଅଶୋକ କୁମାର ମାଝୀ, ସୁଦେଷ୍ଣା ଚିରସ୍ରୋତା, ଶୁଭଶ୍ରୀ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ଆଶିଷ କୁମାର ମୁଦୁଲି ଓ ଅଧ୍ୟାପିକା ଶୁଭସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ମାନସ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #NilagiriCollege #Balasore #Seminar #ScheduledTribeCulture #Odisha