ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ରାସନ କାର୍ଡ ହିତାଧିକାରୀଙ୍କୁ ଆଗୁଆ ୩ ମାସର ଚାଉଳ ଦିଆଯିବ। ଆଗୁଆ ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୩ ମାସର ଚାଉଳ ପାଇବେ ହିତାଧିକାରୀ। ପ୍ରତି ହିତାଧିକାରୀଙ୍କ ପିଛା ୫ କିଲୋଗ୍ରାମ ଲେଖାଏଁ ମୋଟ ୧୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ।
ଲୋକସେବା ଭବନରେ ସାଧାରଣ ବଣ୍ଟନ ବିଭାଗର କାର୍ଯ୍ୟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବାଦ ପଡ଼ିଥିବା ୧ ଲକ୍ଷ’ ୩୧ ହଜାର ଶ୍ରମିକଙ୍କୁ ତୁରନ୍ତ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
Tags: #RationCardBeneficiaries #RationRice #OdishaGovt #Food #CMMohanCharnMajhi