ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରୁ ଭାରତର ନୂଆ ନୂଆ ସହର ସହ ଆକାଶମାର୍ଗ ଯୋଗେ ଯୋଡ଼ି ହେବ ଭୁବନେଶ୍ଵର। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୫ଟି ସହରକୁ ଆରମ୍ଭ ହେବ ବିମାନ ସେବା। ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସ ପକ୍ଷରୁ ନୂଆ ରୁଟରେ ବିମାନ ଚଳାଚଳ ଆରମ୍ଭ ହେବ। ଏନେଇ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୨୦୨୫ ଜାନୁଆରି ୧ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ଵର ବିମାନବନ୍ଦରରୁ ମଧ୍ୟପ୍ରଦେଶର ଇନ୍ଦୋର ଓ ଉତ୍ତରାଖଣ୍ଡର ଡେରାଡୁନକୁ ବିମାନ ସେବା ଆରମ୍ଭ କରିବ। ଇନ୍ଦୋରକୁ ସପ୍ତାହରେ ୪ ଦିନ ଓ ଡେରାଡୁନକୁ ସପ୍ତାହରେ ୩ ଦିନ ବିମାନ ଚଳାଚଳ କରିବ। ସେହିପରି ଜାନୁଆରି ୩ ତାରିଖରୁ ଉତ୍ତରପ୍ରଦେଶର ଲକ୍ଷ୍ନୌ, ରାଜସ୍ଥାନର ଜୟପୁର, କେରଳର କୋଚିକୁ ଦୈନିକ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ।

ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଜାନୁଆରି ୩ ତାରିଖରେ ଭୁବନେଶ୍ଵରୁ ଜୟପୁର ଓ କୋଚିକୁ ବିମାନ ସେବା ଆରମ୍ଭ ହେଉଥିବାବେଳେ ଜାନୁଆରି ୪ ତାରିଖରେ ଲକ୍ଷ୍ନୌକୁ ବିମାନ ଚଳାଚଳ ଆରମ୍ଭ ହେବ।

Tags: #BijuPatnaikAirport #Bhubaneswar #FlightService #Indigo #AirIndiaExpress #Odisha

LEAVE A REPLY

Please enter your comment!
Please enter your name here