ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଆସିଲା ସୁଭଦ୍ରା ଅପଡେଟ। ଡିସେମ୍ବର ୨୫ ତାରିଖରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା। ଗୁରୁବାର ଦିନ ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଛି। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନା ଟଙ୍କା ପାଇନାହାନ୍ତି, ସେମାନଙ୍କୁ ଡିସେମ୍ବର ୨୫ ତାରିଖରରେ ଏହି ଟଙ୍କା ପ୍ରଦାନ କରାଯିବ।

ଡିସେମ୍ବର ୬ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯିବ। ଡିସେମ୍ବର ୨୫ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।

ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଦ୍ଧା ୮୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ହିତାଧିକାରୀ ଆବେଦନ କରିଛନ୍ତି।

ଗତ ନଭେମ୍ବର ୨୬ ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା ପାଇଥିଲେ ହିତାଧିକାରୀ। ସିଧାସଳଖ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଥିଲା ୫ ହଜାର ଲେଖାଏଁ ସୁଭଦ୍ରା ଟଙ୍କା।

ବିଭିନ୍ନ କାରଣ ଯୋଗୁଁ ଅଧିକାଂଶ ସୁଭଦ୍ରା ଆବେଦନ ଖାରଜ ହୋଇଥିଲା। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଏହାର ଯାଞ୍ଚ କରି ଯୋଗ୍ୟ ଦିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର।

ସୁଭାଦ୍ରା ଯୋଜନାରୁ କୌଣସି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଆହୁରି କରିଥିଲେ, ଯେଉଁମାନଙ୍କର ଆବେଦନ ଖାରଜ ହୋଇଛି, ଶୀଘ୍ର ରିଜେକ୍ସନ ଭେରିଫିକେସନ ହୋଇ ପଦକ୍ଷେପ ନିଆଯିବ।

ନଭେମ୍ବର ୨୮ ତାରିଖରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ଆସନ୍ତା ୨୦୨୫ ମାର୍ଚ୍ଚ ୭ ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜୀକରିଣ ନିମନ୍ତେ ଡେଡ୍ ଲାଇନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୮ ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ପାଇବେ ହିତାଧିକାରୀ। ଯେଉଁ ଯୋଗ୍ୟ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇନଥିବେ, ସେମାନଙ୍କୁ ଦୁଇଟି କିସ୍ତିର ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ।

ପ୍ରଥମ କିସ୍ତିର ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ୩୫ ହଜାର ହିତାଧିକାରୀଙ୍କୁ ଯୋଜନାରୁ ଲାଭ ମିଳିଛି। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇନଥିବା ହିତାଧିକାରୀ ଡିସେମ୍ବର ୨୫ ତାରିଖରେ ପାଇବେ। ୨୦୨୪ ସୁଦ୍ଧା କୋଟିଏ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Tags: #SubhadraYojana #Odisha #CMOdisha #OdishaGovt #I&PROdisha

LEAVE A REPLY

Please enter your comment!
Please enter your name here