ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୩ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି। ଗୁରୁବାର ଅପରାହ୍ନ ଠିକ୍ ୪ଟା ୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। ପିଏସଏଲଭି-ସି ୫୯ ରକେଟ ଜରିଆରେ ପ୍ରୋବା-୩ ସାଟେଲାଇଟକୁ ମହାକାଶକୁ ପଠାଯାଇଛି।
ପ୍ରୋବା-୩ ହେଉଛି ୟୁରୋପୀୟ ମହାକାଶ ଏଜେନ୍ସିର (ଇଏସଏ) ସୌର ଅଭିଯାନ। ଏହା ସୂର୍ଯ୍ୟର ବିଭିନ୍ନ ରହସ୍ୟର ଅନୁସନ୍ଧାନ କରିବ। ପ୍ରୋବା-୩ରେ ‘କୋରୋନାଗ୍ରାଫ’ ଓ ଅକଲଟର ନାମକ ଦୁଇଟି ସାଟେଲାଇଟ ରହିଛି। ଏଗୁଡ଼ିକର ଓଜନ ୩୧୦ କିଲୋଗ୍ରାମ ଓ ୨୪୦ ରହିଛି।
ପ୍ରୋବା-୩ର ଉଭୟ ସାଟେଲାଇଟ ପରସ୍ପର ସହ ୧୫୦ ମିଟର ଦୂରରେ ରହି ସମନ୍ୱୟ ରକ୍ଷା କରିବେ ଏବଂ ସୂର୍ଯ୍ୟଙ୍କ ବଳୟ ଉପରେ ଅଧ୍ୟୟନ କରିବେ। ଏଗୁଡ଼ିକର ନିର୍ମାଣ କ୍ଷେତ୍ରରେ ଇଟାଲୀ, ସ୍ପେନ୍, ବେଲଜିୟମ, ସୁଇଜରଲ୍ୟାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶ ଯୋଗଦାନ ଦେଇଛନ୍ତି।
ଏହି ଅଭିଯାନକୁ ବୁଧବାର ଉତକ୍ଷେପଣ କରାଯିବାର ଥିଲା। ତେବେ ମହାକାଶଯାନରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ଏହାପରେ ଗୁରୁବାର ଅପରାହ୍ଣ ୪ଟା ୧୨ରେ ଏହାର ଉତକ୍ଷେପଣ ପାଇଁ ପ୍ରସ୍ତୁତି ହୋଇଥିଲା। ପରେ ଇସ୍ରୋ ୮ ମିନିଟ ପୂର୍ବରୁ ଏହି ଉତକ୍ଷେପଣ କରିଥିଲା।
Tags: #ISRO #Proba-3 #ESA #SatishDhawanSpaceCentre #Sriharikota #India