ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଏମ୍ ସମ୍ବଲପୁରରେ ଖୋଲିଲା ଜାତୀୟ ମାନବ ସମ୍ବଳ ବିକାଶ ନେଟୱାର୍କର (ଏନ୍ଏଚ୍ଆରଡିଏନ୍) ନୂଆ କେନ୍ଦ୍ର। ଭାରତରେ ମାନବ ସମ୍ବଳ ବିକାଶ ପାଇଁ ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ଜେକ ଅର୍ଗାନାଇଜସନର ଗ୍ରୁପ୍ ଏଚ୍ଆର୍ ସଭାପତି ପ୍ରେମ ସିଂହ ଓ ଏନ୍ଏଚ୍ଆରଡିଏନ୍ ହୋଷ୍ଟ ଅରୁଣ ମାଇରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭୋବ ଯୋଗ ଦେଇ କେନ୍ଦ୍ରର ଉଦଘାଟନ କରିଥିଲେ। ଏହା ଏନ୍ଏଚ୍ଆରଡିଏନର ୫୨ ତମ କେନ୍ଦ୍ର ଭାବେ ପ୍ରତିଷ୍ଠା ହୋଇଛି।
ଏହି କେନ୍ଦ୍ର ମାଧ୍ୟମରେ ଆଇଆଇଏମ୍ ସମ୍ବଲପୁର ଶିକ୍ଷା ଏବଂ ଗବେଷଣା ଭିତ୍ତିକ ଆଭିମୁଖ୍ୟ ସହିତ ମାନବ ସମ୍ବଳ ଦକ୍ଷତାକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ର ସହିତ ଏନ୍ଏଚ୍ଆରଡିଏନର ୨୦ ହଜାର ସକ୍ରିୟ ସଦସ୍ୟ ଯୋଡ଼ି ହେବେ ବୋଲି ଲକ୍ଷ୍ୟ ରହିଛି।
“ଭବିଷ୍ୟତ ପାଇଁ ମାନବ ସମ୍ବଳ ବିକାଶରେ ଯୋଗଦାନ କରିବା ଦିଗରେ ଜାତୀୟ ମାନବ ସମ୍ବଳ ନେଟୱର୍କିଂ ସହିତ ଆମର ସହେଯାଗିତା ବହୁତ ଉପଯୋଗୀ ହେବ। ଏହି କେନ୍ଦ୍ର ମାଧ୍ୟମରେ ଅlମେ ସମସାମୟିକ ମାନବ ସମ୍ବଳ ରଣନୀତି ଜଡ଼ିତ ବିଶେଷଜ୍ଞମାନଙ୍କ ଦକ୍ଷତା ବିକଶିତ କରିବା ନେଇ ଲକ୍ଷ୍ୟ ରଖିଛୁ”, କହିଛନ୍ତି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ।
ଏହି ଏନ୍ଏଚ୍ଆରଡିଏନ୍ କେନ୍ଦ୍ରରେ ଶିଳ୍ପ ବେିଶଷଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ସହଯୋଗ ତଥା ଉଦ୍ଭାବନ ଦକ୍ଷତା ବୃଦ୍ଧି ଏବଂ ବୃତିଗତ ସମ୍ପକର୍କୁ ବିସ୍ତାର କରିବା ପାଇଁ କମର୍ଶାଳା, ସେମିନାର ଏବଂ ନେଟୱାର୍କିଂ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
୩୬ ବର୍ଷ ପୂର୍ବ ସ୍ଥାପିତ ହୋଇଥିବା ଏନଏଚଆରଡିଏନ ସ୍ୱୟଂଶାସିତ, ଅଣଲାଭକାରୀ ବୃତ୍ତିଗତ ଭାବରେ ପରିଚାଳିତ ହେଉଥିବା ଏକ ସଂଗଠନ। ସିଙ୍ଗାପୁର, ମଧ୍ୟପ୍ରାଚ୍ୟ, ନେପାଳରେ ୩ଟି ଅନ୍ତର୍ଜାତୀୟ କେନ୍ଦ୍ର ଏବଂ ୯ଟି ଛାତ୍ର କେନ୍ଦ୍ର ରହିଛି।
ଏହି କାର୍ଯ୍ୟକ୍ରମରେ ହେିରା ମୋଟାକର୍ପ ଲିମେିଟଡର ଏଚଆର ମୁଖ୍ୟ ଧର୍ମ ରକ୍ଷିତ, ସିଇଓ ଡକ୍ଟର ଅକିଲ ବୁସରାଇ, ଜିଏମ୍ଆର୍ ଗ୍ରୁପର ସିଓଇ (ଟ୍ୟୋଲଂଟ ଆକ୍ୱିଜିସନ) ହରପ୍ରୀତ ଦତ୍ତ, ଇଫେକାର ନିଦ୍ଦେର୍ଶକ ଆରପି ସିଂହ, ଡିସିଏମ ଶ୍ରୀରାମ ଗ୍ରୁପର ସିଏଚଓ ସନ୍ଦୀପ ଜେିରାତ୍ରା ଏବଂ ମ୍ୟାକ୍ସ ଗ୍ରୁପର ସିଏଚଓ ସିମର ଦୀପ କୌର ପ୍ରମୁଖ ଯୋଗ ଦେଇଥିଲେ।
Tags: #IIMSambalpur #NHRDN #HumanResource #DevelopmentStudies