ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଛଉ ପଡ଼ିଆଠାରେ ୧୧ତମ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି।

ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳାକୁ ଉଦଘାଟନ କରିଥିଲେ। ମୁଖ୍ୟଅତିଥି କହିଥିଲେ, ବହି ହିଁ ମଣିଷର ପ୍ରକୃତ ବନ୍ଧୁ। ସେଣୁ ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ସେ ବନ୍ଧୁ ପାଇଁ କିଛି ସମୟ କାଢ଼ିବାର ଜରୁରୀ।

ମୁଖ୍ୟବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କୈଳାଶ ଚନ୍ଦ୍ର ମହାନ୍ତି, ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁ ଏବଂ ସମ୍ପାଦକ ମନୋଜ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ।

ପଦ୍ମନାଭ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ମନୋଜ ଦଳବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ପୁସ୍ତକ ମେଳା ଡିସେମ୍ବର ୨୯ ତାରିକ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Tags: #BookFair #DistrictLevelBookFair #Baripada #Mayurbhanj #Odisha

LEAVE A REPLY

Please enter your comment!
Please enter your name here