ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିଛି। ତାଙ୍କ କାର୍ଯ୍ୟକାଳକୁ ଆଉ ୧ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ତାରିଖରେ ତାଙ୍କର ଅବସର ନେବାର ଥିଲା।
ଓଡ଼ିଶାରେ ଚଳିତବର୍ଷ ନୂଆ ସରକାର ଆସିବା ପରେ ମନୋଜ ଆହୁଜାଙ୍କୁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା। ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ଏହା ପୂର୍ବରୁ ସେ କେନ୍ଦ୍ର କୃଷି ମନ୍ତ୍ରାଳୟର ସଚିବ ଥିଲେ।
ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ଭାବେ ୬ ମାସ ଭିତରେ ଓଡ଼ିଶାରେ ନୂଆ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି।
ରାଜ୍ୟରେ ଆଗକୁ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ତଥା ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡ଼ିଶା କନକ୍ଲେଭ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ତାଙ୍କ କାର୍ଯ୍ୟକାଳ ବଢ଼ିଥିବା ଚର୍ଚ୍ଚା ହେଉଛି।
Tags: #ManojAhuja #ChiefSecretary #IAS #Odisha