ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୭୬ତମ ସାଧାରଣତନ୍ତ୍ର ଦିବସକୁ ଆଉ ଅଳ୍ପ ଦିନ ରହିଲା ବାକି। ସମଗ୍ର ଦେଶ ସମେତ ଓଡ଼ିଶାର ଗାଁରୁ ସହର ସବୁଆଡ଼େ ଏହି ଜାତୀୟ ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର।

ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଭୁବନେଶ୍ଵର ସ୍ଥିତ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। 

ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ କେଉଁମାନେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ମନ୍ତ୍ରୀ, ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବ।

କିଏ କେଉଁଠି କରିବେ ପତାକା ଉତ୍ତୋଳନ?

  • ପୁରୀ – ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
  • ଖୋର୍ଦ୍ଧା – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
  • ସୁନ୍ଦରଗଡ଼ – ସୁରେଶ ପୂଜାରୀ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ)
  • ସୁବର୍ଣ୍ଣପୁର – ରବି ନାରାୟଣ ନାୟକ (ପଞ୍ଚାୟତିରାଜ ମନ୍ତ୍ରୀ)
  • କୋରାପୁଟ – ନିତ୍ୟାନନ୍ଦ ଗଣ୍ଡ (ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ)
  • ଜଗତସିଂହପୁର – କୃଷ୍ଣଚନ୍ଦ୍ର ପାତ୍ର (ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ)
  • ଯାଜପୁର – ପୃଥୀରାଜ ହରିଚନ୍ଦନ (ଆଇନ ମନ୍ତ୍ରୀ)
  • ରାୟଗଡ଼ା – ଡକ୍ଟର ମୁକେଶ ମହାଲିଙ୍ଗ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ)
  • ବାଲେଶ୍ଵର – ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର (ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ)
  • ଗଜପତି – ବିଭୁତି ଭୂଷଣ ଜେନା (ବାଣିଜ୍ୟ ଓ ପରିବହନ ମନ୍ତ୍ରୀ)
  • କେନ୍ଦୁଝର – ଗଣେଶ ରାମସିଂ ଖୁଣ୍ଟିଆ (ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ)
  • ନୂଆପଡ଼ା – ସୂର୍ଯ୍ୟବଂଶୀ ସୂରଜ (କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ)
  • ଢେଙ୍କାନାଳ – ପ୍ରଦୀପ ବଳସାମନ୍ତ (ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ)
  • ମାଲକାନଗିରି – ଗୋକୁଳାନନ୍ଦ ମଲ୍ଲିକ (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ)
  • ନୟାଗଡ଼ – ସମ୍ପଦ ଚନ୍ଦ୍ର ସ୍ୱାଇଁ (ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ)   

ଅନ୍ୟପଟେ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ଵ କମିସନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ଵ କମିସନର ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରାଞ୍ଚଳ ରାଜସ୍ଵ କମିସନର ପତାକା ଉତ୍ତୋଳନ କରିବେ। ଏହାଛଡ଼ା ଅନୁଗୁଳ, ବାରିପଦା, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମର ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର, ଫୁଲବାଣୀରେ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବେ।

Tags: #RepublicDay2025 #StatelevelProgram #NationalFlagHoisting #Odisha

LEAVE A REPLY

Please enter your comment!
Please enter your name here