ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ ପାଳନ କରୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ସବୁ ରାଜ୍ୟର ରାଜଧାନୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯବାନଙ୍କ ଚମତ୍କାର ପରେଡରେ କମ୍ପିବ ଦେଶର ରାଜଧାନୀ ଦିଲ୍ଲୀ। ଏହାସହ ଭୁବନେଶ୍ଵରରେ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଆୟୋଜିତ ହେବ।

ଆପଣ ଜାଣନ୍ତି କି ଆମ ଦେଶ ପାଇଁ ଜାନୁଆରି ୨୬ର ଦିନଟି କାହିଁକି ଗୁରୁତ୍ୱପୂର୍ଣ୍ଣ। କାହିଁକି ଏହାକୁ ସାଧରଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି? ଆସନ୍ତୁ ଜାଣିବା।

୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହୋଇଥିଲା। ସ୍ୱାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା। ଏହାର ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହାପରେ ଭାରତ ନିଜକୁ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ ହୋଇଆସୁଛି।

ଏହି ଦିନ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଏ। କାର୍ଯ୍ୟକ୍ରମ ଆରମ୍ଭରେ ମହାମହିମ ରାଷ୍ଟ୍ରପତି ପତାକା ଉତ୍ତୋଳନ କରି ଦେଶକୁ ଅଭିବାଦନ ଦିଅନ୍ତି।

ଏହି ସମାରୋହରେ ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳେ। ବିଭିନ୍ନ ରାଜ୍ୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଥାଏ। ଏହାପରେ ଜଳ, ସ୍ଥଳ ଓ ବାୟୁ ସେନାର ଯବାନମାନଙ୍କ ପରେଡ ଓ ଡେୟାର ଡେଭିଲ ସୋ’ ପ୍ରଦର୍ଶନ କରିଥାନ୍ତି।

Tags: #RepublicDay #Celebration #India  

LEAVE A REPLY

Please enter your comment!
Please enter your name here