ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ଘଟି ଆସିଛି ନୂଆବର୍ଷ ୨୦୨୫। ଖୁବ୍ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି ସଭିଏଁ।
ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ ଆରମ୍ଭ ହୋଇଥିଲା ଜିରୋ ନାଇଟ ସେଲିବ୍ରେସନ। ଖାସ କରି ଟୁଇନସିଟି ଭୁବନେଶ୍ଵର ଏବଂ କଟକରେ ଜମିଛି ସେଲିବ୍ରେସନର ଆସର। ନାଚ, ଗୀତ ସାଙ୍ଗକୁ ବାଜା ବଜାଇ ବାଣ ଫୁଟାଇ ୨୦୨୫କୁ ସ୍ଵାଗତ କରାଯାଇଛି।
ଚଳିତ ଥର ନୂଆବର୍ଷ ସେଲିବ୍ରେସନ କରିବାକୁ ସମସ୍ତେ ଅପେକ୍ଷାରେ ରହିଥିଲେ। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ହୋଟେଲଗୁଡ଼ିକରେ ଭବ୍ୟ ଆୟୋଜନ ହୋଇଥିବା ବେଳେ ଖୋଲା ପଡ଼ିଆରେ ସେଲିବ୍ରେସନ ପାଇଁ ଅନୁମତି ମିଳିନି। ଜଣାଶୁଣା କଳାକାର ଓଡ଼ିଶାବାସୀଙ୍କ ମନୋରଞ୍ଜନ କରିଥିଲେl।
କିଏ ଟିକେଟ କିଣି ଜିରୋ ନାଇଟ ସେଲିବ୍ରେସନ ପାଇଁ ପହଞ୍ଚିଛି ତ କିଏ ସାଙ୍ଗସାଥୀଙ୍କୁ ସାଙ୍ଗରେ ଧରି ନିଜ ମନପସନ୍ଦର ଜାଗାରେ ନୂଆବର୍ଷର ସ୍ଵାଗତ କରୁଛନ୍ତି।
Tags: #NewYear2025 #ZeroNightCelebration #Party #Celebration