ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ମଧୁସୂଦନ ପାଢ଼ୀ। ଶୁକ୍ରବାର ଭୁବନେଶ୍ଵରସ୍ଥିତ ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ସେ ଦାୟିତ୍ଵ ନେଇଛନ୍ତି। ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବା ତାଙ୍କ ପାଇଁ ଗୁରୁ ଦାୟିତ୍ୱ ରହିବ ବୋଲି କହିଛନ୍ତି ମଧୁସୂଦନ ପାଢ଼ୀ।

୨୦୨୪ ଅଗଷ୍ଟ ମାସରୁ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କାର୍ଯ୍ୟକାଳ ସରିଥିଲା। ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲା।   

ମଧୁସୂଦନ ପାଢ଼ୀ ୧୯୯୧ ବ୍ୟାଚର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଜ୍ୟର ବିଭିନ୍ନ ବିଭାଗର ସଚିବ ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୨୨ ଅକ୍ଟୋବର ମାସରେ ସେ ଅବସର ନେଇଥିଲେ।

Tags: #MadhusudanPadhi #ElectionCommissioner #StateElectionCommission #Odisha

LEAVE A REPLY

Please enter your comment!
Please enter your name here