ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ବସନ୍ତ ଶତପଥୀଙ୍କ ୩୧ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।
ପରିଷଦ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଗବେଷକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଗାଳ୍ପିକ ଉଦୟ ନାରାୟଣ ଦାସ, ସାହିତ୍ୟିକ ଶତ୍ରୁଘ୍ନ ମଲ୍ଲିକ ବକ୍ତା ଭାବରେ ଯୋଗ ଦେଇ କଥାକାର ବସନ୍ତ ଶତପଥୀଙ୍କ ଗଳ୍ପ ଗୁଣାବଳୀ ବ୍ୟାଖ୍ୟା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚକୁ ସ୍ଵାଗତ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁରଜିତ ଶତପଥୀ, ଅଞ୍ଜଳି ପଣ୍ଡା, ସଞ୍ଜୟ ପଣ୍ଡା, ତପନ ରାୟ, ବିଷ୍ଣୁପ୍ରସାଦ ମହାନ୍ତି, ପଦ୍ମଲୋଚନ ଦତ୍ତ, ରାଜେନ୍ଦ୍ର ରାଉତ, କାଳିକିଙ୍କର, କମଳାକାନ୍ତ ନାୟକ, ପଦ୍ମଲୋଚନ ପ୍ରଧାନ, ଜୁମରନାଥ ପାତ୍ର, ଜୟନ୍ତ ହଂସରାଜ, ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Tas: #Balasore #BasantSatapathyDeathAnniversary #FakirMohanSahityaParisad #Odisha