ଓଡ଼ିଶାଲାଇଭ୍ ବ୍ୟୁରୋ

Odisha Police

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ପକ୍ଷରୁ ହେବାକୁ ଥିବା ଗ୍ରୁପ୍ ‘ବି’ ପରୀକ୍ଷାକୁ ସ୍ଥଗିତ ହୋଇଛି। ମାର୍ଚ୍ଚ ୮ ଏବଂ ୯ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ସ୍ଥଗିତ କରାଯାଇଛି। ଗୋଟିଏ ଦିନରେ ରାଜ୍ୟର ୨ଟି ପରୀକ୍ଷା ପଡୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୯ ତାରିଖରେ ଓଡ଼ିଶାରେ ଓପିଏସସି ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପରୀକ୍ଷା ରହିଥିଲା। ଗୋଟିଏ ଦିନରେ ୨ଟି ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ଗୋଟିଏ ପରୀକ୍ଷାର ତାରିଖ ବଦଳାଇବାକୁ ପରୀକ୍ଷାର୍ଥୀ ଦାବି କରିଆସୁଥିଲେ। ଏବେ ଓପିଆରବି ଦ୍ୱାରା ହେବାକୁ ଥିବା ଗ୍ରୁପ୍ ‘ବି’ ପରୀକ୍ଷା ଅନ୍ୟ ଆଦେଶ ଯାଏଁ ସ୍ଥଗିତ ରଖାଯାଇଛି।

Tags: #OdishaPolice #GroupBExam #Recruitment #OPRB #Odisha

LEAVE A REPLY

Please enter your comment!
Please enter your name here