ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହି ଦିନ ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଦିଆଯାଇଥାଏ।

କେବଳ ଭାରତରେ ନୁହେଁ ସାରା ବିଶ୍ଵରେ ମଧ୍ୟ ମହିଳା ଦିବସ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଇତିହାସ।

କେମିତି ଆରମ୍ଭ ହେଲା?

୧୯୦୮ ମସିହାରେ ଜଣେ ମହିଳା ଶ୍ରମିକଙ୍କ ଆନ୍ଦୋଳନ କାରଣରୁ ମହିଳା ଦିବସ ପାଳନ ହୋଇଛି। ଏହି ଦିନ ୧୫ ହଜାର ମହିଳା ଚାକିରି ସମୟ କମାଇବା, ଦରମା ବଢ଼ାଇବା ଓ ଅନ୍ୟ କିଛି ଅଧିକାର ଦାବି କରି ଆମେରିକାର ନ୍ୟୁୟର୍କ ସହରରେ ଆନ୍ଦୋଳନ କରିଥିଲେ।

ଏହାପରେ ଆମେରିକାରେ ୨୮ ଫେବ୍ରୁଆରି ୧୯୦୯ରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳନ କରାଗଲା।

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର କଳ୍ପନା ପ୍ରଥମେ ୧୯୧୦ ମସିହାରେ ଜର୍ମାନୀର କ୍ଲାରା ଜେଡକିଣ୍ଟ କରିଥିଲେ।

Tags: #InternationalWomensDay2025 #Celebration #WomenEmpowerment #AccelerateAction

Comment