ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଓଡ଼ିଶାରେ ଗ୍ରାଜୁଏସନ ନୁହଁ ବରଂ ଯୁକ୍ତ ୨ ପରେ କରିପାରିବେ ବିଏଡ୍। ରାଜ୍ୟର ୮ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସେମାନଙ୍କ ନିକଟସ୍ଥ ମହାବିଦ୍ୟାଳୟ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଶିକ୍ଷକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜୁବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ପାଠ୍ୟକ୍ରମ ୫ ବର୍ଷ ବଦଳରେ ୪ ବର୍ଷରେ ଶେଷ ହେବା ନେଇ ନିଷ୍ପତ୍ତି ହୋଇଛି।

ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିବା ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇଟିପି) କୋର୍ସ ପଢ଼ାଯିବ। ଭବିଷ୍ୟତରେ ରାଜ୍ୟରେ ଥିବା ସମସ୍ତ ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନରେ ଏହି ବ୍ୟବସ୍ଥା ଲାଗୁ କରାଯିବ।

ତେବେ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ହେଉଛି। ଆଇଟିପି ସେଥିମଧ୍ୟରୁ ଅନ୍ୟତମ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତବ୍ୟକ୍ତ କରିଛନ୍ତି।

Tags: #BEdCourse #MOUSign #SuryabanshiSuraj #ITEPCourse #Odihsa

LEAVE A REPLY

Please enter your comment!
Please enter your name here