ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ପାଳିତ ହେଲା ପଖାଳ ଦିବସ। ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଛି। ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ପଖାଳ ସହିତ ବିଭିନ୍ନ ଓଡ଼ିଆ ବ୍ୟଞ୍ଜନ ଖାଇଥିଲେ ପ୍ରବାସୀ ଓଡ଼ିଆ।
“ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ପ୍ରକାର ବ୍ୟଞ୍ଜନ ଭିତରେ ପଖାଳ ଏକ ପ୍ରିୟ ଖାଦ୍ୟ। ଓଡ଼ିଆ ଜନଜୀବନ ସହିତ ପଖାଳ ନିବିଡ଼ ଭାବରେ ଯୋଡ଼ି ହୋଇ ଅଛି। ଆଜି ଏହା ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି”, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।
ଏହି ଅବସରରେ ସେ ସମସ୍ତଙ୍କୁ ପଖାଳ ଦିବସର ଶୁଭକାମନା ଜଣାଇଥିଲେ। ଓଡ଼ିଶାର ଏହି ବିଶେଷ ଖାଦ୍ୟକୁ ବିଶ୍ଵ ସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ପ୍ରବାସୀ ଓଡ଼ିଆମାନଙ୍କର ବହୁତ ବଡ଼ ଭୂମିକା ଅଛି ବୋଲି ଡକ୍ଟର ପ୍ରହରାଜ ମତ ଦେଇଥିଲେ।
Tags: #PakhalaDivas #Pakhala #BahrainOdiaSamaj #PravasiOdia #Bahrain