ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହକୁ ନେଇ ବିଶ୍ୱରେ ରହିଛି ଅନେକ ନୀତିନିୟମ ଓ ପରମ୍ପରା। ଆସନ୍ତୁ ଜାଣିବା ଏଭଳି ଏକ ‘ଭୂତିଆ ବିବାହ’ ସମ୍ପର୍କରେ…

ଚୀନର ଗ୍ରାମୀଣ ଇଲାକାରେ ପ୍ରଚଳିତ ଏପରି ବିବାହ। ଏଠାରେ ବାସ କରୁଥିବା ଅବିବାହିତ ଯୁବକଙ୍କୁ ଏପରି ବିବାହ କରିବାକୁ ପଡ଼ିଥାଏ। ଏଠାକାର ଅବିବାହିତ ଯୁବକଙ୍କୁ ମୃତ ମହିଳା ଶବ ସହ ବିବାହ କରାଯାଏ।

ନିକଟରେ ପ୍ରକାଶ ପାଇଛି ଏଭଳି ଏକ ଅଦ୍ଭୁତ ଖବର। ଚୀନରେ ଏହିଭଳି ବିବାହକୁ ‘ଭୂତିଆ ବିବାହ’ ବୋଲି କୁହାଯାଉଛି।

ପ୍ରଥମେ ମହିଳା ଶବକୁ କବର ଭିତରରୁ ବାହାର କରି ବିବାହ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇଥାଏ। ତା’ପରେ ମହିଳା ଶବକୁ କନ୍ୟା ଭଳି ସଜାଇ ଅବିବାହିତ ଥିବା ପୁରୁଷଙ୍କ ସହ ବିବାହ କରାଯାଇଥାଏ।

ଯଦି କୌଣସି ଅବିବାହିତ ଯୁବକଙ୍କର କବର ପାଖରେ ବିବାହିତ ମହିଳାର କବର ତିଆରି କରାଯାଏ, ତେବେ ପୁନର୍ଜନ୍ମରେ ସେ ଆଉ ଅବିବାହିତ ରହେ ନାହିଁ ବୋଲି ବିଶ୍ୱାସ କରନ୍ତି ଏଠାକାର ବାସିନ୍ଦା। ଏହି ପରମ୍ପରାଟି ଚୀନରେ ୩ ହଜାର ବର୍ଷରୁ ଚଳିଆସୁଛି।

ଏପରି ବିବାହ ପାଇଁ ମୃତ ମହିଳାଙ୍କର ଦାମ୍ ମଧ୍ୟ ଡକାଯାଏ। ନିକଟରେ ଜଣେ ମୃତ ମହିଳାଙ୍କ ପରିବାର ବିବାହ ପାଇଁ ଜନୈକ ପୁଅ ଘର ଲୋକଙ୍କଠାରୁ ୧ ଲକ୍ଷ ୮୦ ହଜାର ୟୁଆନ ଅର୍ଥାତ୍ ଭାରତୀୟ ମୂଲ୍ୟରେ ପ୍ରାୟ ୧୮ ଲକ୍ଷ ଟଙ୍କା ନେଇଛନ୍ତି।

ଏହାଛଡ଼ା ଏପରି ବିବାହକୁ ଚୀନ ସରକାର ବେଆଇନ ଘୋଷଣା କରିଥିଲେ ମଧ୍ୟ ଏଠାରେ ଏହି ବିବାହ ଖୁବ୍ ପ୍ରଚଳିତ।

LEAVE A REPLY

Please enter your comment!
Please enter your name here