ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାକୁ ବିଭାଜିତ କରି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଗଠନ ଦାବି କରିଛନ୍ତି ବାମନାଘାଟି ଉପଖଣ୍ଡବାସୀ। ଜିଲ୍ଲା ପୁନଃଗଠନ କ୍ରିୟାନୁଷ୍ଠାନ କମିଟିର ଡାକରାରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି। ଯାହାଫଳରେ ରାଇରଙ୍ଗପୁର ଉପଖଣ୍ଡରେ ଥିବା ସମସ୍ତ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ଏହି ଡାକରାରେ ସମ୍ପୃକ୍ତ ଅଞ୍ଚଳରେ ଵନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ, ବଜାର, ସ୍କୁଲ, କଲେଜ, ଯାନବାହନ ଚଳାଚଳ ବନ୍ଦ ରହିଛି। ଏହି ବନ୍ଦ ପାଳନକୁ ଯଥେଷ୍ଟ ଜନସମର୍ଥନ ମିଳିଥିବା ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଭାଜନ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ବାରିପଦାଠାରେ ଏହାର ପ୍ରତିବାଦ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here