ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ

ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦାବିରେ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଛାତ୍ର ସଂଘ ପକ୍ଷରୁ ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ କରାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଛାତ୍ର ସଂଘ (ମାସା) ଡାକରାରେ ଆଜି ରାଇରଙ୍ଗପୁର ପୌରପରିଷଦ ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଥିଲା। ଏହି ବନ୍ଦପାଳନ ଶାନ୍ତିପୂର୍ଣ୍ଣ ରହିଥିଲା। ସହରରେ ଦୋକାନ ବଜାର, ବ୍ୟାଙ୍କ, ସ୍କୁଲ କଲେଜ, ସରକାରୀ ଅଫିସ ଅ।ଦି ବନ୍ଦ ରହିଥିଲା। ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ଦେବାରେ ଅବହେଳା କରୁଥିବା ପ୍ରତିବାଦରେ ମାସା ଏହି ଆନ୍ଦୋଳନ କରିଥିଲା।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜାତି ସଂପ୍ରଦାୟର ବେକାର ଯୁବକ ଯୁବତୀମାନଙ୍କୁ ସରକାରୀ ଖର୍ଚ୍ଚରେ ବୈଷୟିକ ଶିକ୍ଷାଦାନ ଯୋଗାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି  ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୩-୧୪ ଏବଂ ୨୦୧୪-୧୫ ଆର୍ଥିକ ବର୍ଷରେ ବାରିପଦା, କରଞ୍ଜିଅ।, ଉଦଳା, ରାଇରଂଗପୁର ଆଇଟିଡିଏ ପକ୍ଷରୁ ଆଦିବାସୀ ଯୁବକ ଯୁବତୀମାନଙ୍କୁ କାଉନସେଲିଂ କରାଯାଇ ସେମାନଙ୍କ ପସନ୍ଦ ମୁତାବକ ବିଭିନ୍ନ ଅନୁଷ୍ଠାନକୁ  ପାଠ ପଢ଼ିବାକୁ ପଠାଯାଇଥିଲା।

ଏହି ଯୋଜନାରେ ଭୁବନେଶ୍ଵର ହାଇଟେକ ମେଡିକାଲ କଲେଜକୁ ପଢ଼ିବାକୁ ଯାଇଥିଲେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୫ ଜଣ ଜନଜାତି ସଂପ୍ରଦାୟର ଯୁବକ ଯୁବତୀ। ମାତ୍ର ସେଠାରେ ପାଠପଢ଼ା ଶେଷ ହୋଇଥିଲେ ମଧ୍ୟ ସେମାନଙ୍କୁ ସାର୍ଟିଫିକେଟ ସହିତ ରେଜିଷ୍ଟ୍ରେସନ ନମ୍ବର ଦିଅ।ଯାଇ ନଥିଲା। ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଇରଙ୍ଗପୁର ଉପ-ଜିଲ୍ଲାପାଳ, ଅ।ଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ସେଥିରେ କିଛି ସୁଫଳ ନମିଳିବାରୁ ଶେଷରେ ରାଇରଙ୍ଗପୁର ବନ୍ଦ କରାଯାଇଥିଲା।

ଏହି ଯୋଜନାରେ ଗତ ୨୦୧୪ ମସିହାରେ ମୟୂରଭଞ୍ଜର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବାକୁ ଭୁବନେଶ୍ଵରର ହାଇଟେକ ମେଡିକାଲ କଲେଜ ସମେତ କିମ୍‌ସ, ନିଟ୍ ଏବଂ ସମ୍ ହସ୍ପିଟାଲ ଭଳି ବହୁ ନାମୀ ଅନୁଷ୍ଠାନମାନେ ଆବେଦନ କରିଥିଲେ। ମାତ୍ର ତତ୍କାଳୀନ ଅଧିକାରୀ କାହିଁକି କେବଳ ହାଇଟେକ ଅନୁଷ୍ଠାନକୁ ଏହି ଯୁବକ ଯୁବତୀମାନଙ୍କୁ ଶିକ୍ଷାଦାନ ପାଇଁ ପଠାଇଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସମ୍‌, କିମ୍‌ସକୁ ବାଦ ଦେଇ  ହାଇଟେକ ଯେଉଁ ଅଫର ଲେଟର ଦେଇଥିଲେ ସେଥିରେ ପ୍ରଥମେ ମୋହର ଲଗାଇଥିଲେ ତତ୍କାଳୀନ ଅଧିକାରୀ। ପାଠପଢ଼ା ଆରମ୍ଭ ହେବା ପରେ ହାଇଟେକ କର୍ତ୍ତୃପକ୍ଷ ପିଲାମାନଙ୍କ କୋର୍ସ ଫି ବୃଦ୍ଧି କରିବା କ’ଣ ସତ୍ୟ କି? ଏହା ନିରୀହ ଜନଜାତି ଛାତ୍ରଛାତ୍ରୀମାନଙ୍କର ଷ୍ଟାଇପେଣ୍ଡ ଟଙ୍କା ଆତ୍ମସାତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ତ? ତେବେ ଏହି ସବୁ ରହସ୍ୟମୟ ଘଟଣାପଛରେ କାହାର ହାତ ଏବଂ କାହିଁକି ଏପରି କରାଯାଇଥିଲା ତାର ପ୍ରକୃତ ତଦନ୍ତ କଲେ ଜଣାପଡ଼ିବ।

ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ପିଲାକୁ ପଢ଼ାଖର୍ଚ୍ଚ ବାବଦରେ ବାର୍ଷିକ ୩୦ ହଜାର ଟଙ୍କା ଦିଆଯାଇଥିଲା। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ ଯୋଜନାରୁ ୮୦ ହଜାର ଟଙ୍କା ଦିଅ।ଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଅବଶିଷ୍ଟ ରାଜ୍ୟ ସରକାରଙ୍କ ଷ୍ଟାଇପେଣ୍ଟ ଟଙ୍କା  ୫୦ ହଜାର ପିଲାମାନଙ୍କସ ଆକାଉଣ୍ଟକୁ ଦିଅ।ଯାଇଛି।

ସେ ଟଙ୍କା ପିଲାମାନେ ସଂପୃକ୍ତ କଲେଜରେ ଜମା ଦେବା ପରିବର୍ତ୍ତେ ନିଜେ ଖର୍ଚ୍ଚ କରିଦେଇ ଥିବାରୁ ଏ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସଫେଇ ଦିଅ।ଯାଉଛି। ତେବେ ଅ।ଗାମୀ ଦିନରେ ହାଇଟେକ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଡକାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ରାଇରଙ୍ଗପୁର ଅ।ଇ.ଟି.ଡି.ଏ.ର ପ୍ରକଳ୍ପ ପ୍ରଶାସକ କହିଛନ୍ତି।

Comment