ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା’ ନାମରେ ନାମିତ ହେବ। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ପରିବର୍ତ୍ତନ କରିଛନ୍ତି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାଳଚେରଠାରେ ଆରମ୍ଭ ହେବାକୁ ଯାଉଥିବା ‘ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ’  ଛାତ୍ରଛାତ୍ରୀଙ୍କ ଲାଗି ଏହାର ଟିଚିଙ୍ଗ ହସ୍ପିଟାଲ ଭାବେ କାର୍ଯ୍ୟ କରିବ।

Tags: #OdishaGovt #TalcherNehruShatabdiHospitalnamechanged #PabitraMohanPradhanMedicalcollegeandHospital #MedicalCollege #Anugul #Talcher

Comment