ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ପୁରୁଷ ହକି ଦଳର କୋଚ୍ ହରେନ୍ଦ୍ର ସିଂଙ୍କୁ ପଦବୀରୁ ହଟାଇ ଦିଆଯାଇଛି। ୨୦୧୮ରେ ପୁରୁଷ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଏପରି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି। ମାତ୍ର ରାଷ୍ଟ୍ରୀୟ ମହାସଙ୍ଘ ତାଙ୍କୁ ଜୁନିୟର ଦଳର ଦାୟିତ୍ଵ ସମ୍ଭାଳିବାକୁ ପ୍ରସ୍ତାବ ମଧ୍ୟ ଦେଇଛି।

ହକି ଇଣ୍ଡିଆ ହରେନ୍ଦ୍ରଙ୍କୁ ବରଖାସ୍ତ କରିବାର କାରଣ ବିଷୟରେ କହିଛି ଯେ ୨୦୧୮ ଭାରତୀୟ ପୁରୁଷ ହକି ଦଳ ପାଇଁ ନିରାଶଜନକ ରହିଛି। ଆଶା ମୁତାବକ ଫଳ ମିଳିନାହିଁ।

ଜୁନିୟର ବିଶ୍ଵକପ ବିଜେତା ଦଳର କୋଚ୍ ହରେନ୍ଦ୍ର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ  କୋଚ୍ ପଦ ଦାୟିତ୍ଵ ସମ୍ଭାଳିଥିଲେ। ମାତ୍ର ସେ ମଧ୍ୟ ଦଳର ଭାଗ୍ୟ ପରିବର୍ତ୍ତନ କରିପାରିଲେ ନାହିଁ। ୨୦୧୯ ମାର୍ଚ୍ଚ ୨୩ ରୁ ଆରମ୍ଭ ହେବାକୁ ଯାଉଥିବା ସୁଲତାନ୍ ଅଜଲାନ୍ ଶାହ କପ୍ ଲାଗି ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ଶେଷ ପରେ କୋଚ ନିଯୁକ୍ତି ଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here