ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। କେନ୍ଦ୍ରରେ ଶାସନାଧୀନ ବିଜେପି ସରକାରକୁ ହଟାଇବା ପାଇଁ କଂଗ୍ରେସ ସହିତ ଅନ୍ୟ ଦଳ ସଂଗଠନ ମଜବୁତ କରିବାରେ ଲାଗିଛନ୍ତି। ଉତ୍ତରପ୍ରଦେଶରେ ଏସପି-ବିଏସପି ଏକାଠି ଲୋକସଭା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି। ଆଉ ଏହାରି ଭିତରେ କଂଗ୍ରେସ ଓ ଏନସିପି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ହୋଇଥିବା କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର।

କଂଗ୍ରେସ-ଏନସିପି ମଧ୍ୟରେ ଆସନ ବୁଝାମଣା ହୋଇଥିବା କହିଛନ୍ତି ପାୱାର। ମହାରାଷ୍ଟ୍ରର ୪୮ଟି ଆସନରୁ ୪୫ଟି ମଧ୍ୟରେ ଡିଲ୍ ପକ୍କା ହୋଇଛି। ନିଜ କୋଟାରୁ ଗୋଟିଏ ସିଟ୍ ରାଜୁ ସେଠୀ ଏବଂ ଅନ୍ୟ କିଛି ଆସନ ବାମ ଦଳକୁ ଦେବ ଏନସିପି। କିନ୍ତୁ ରାଜ୍ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ସହ ମେଣ୍ଟ ସମ୍ଭାବନାକୁ ଖାରଜ କରିଛନ୍ତି ପାୱାର। ରାଜ ଠାକରେଙ୍କ ସହ ଆମର କୌଣସି ମେଣ୍ଟ ହେବ ନାହିଁ ବୋଲି କହିଛନ୍ତି ଶରଦ ପାୱାର।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନସିପି ନେତା ଶରଦ ପାୱାରଙ୍କୁ ଭେଟିଥିଲେ। ଦୁଇ ନେତା ମହାରାଷ୍ଟ୍ରରେ ଆସନ ବୁଝାମଣା ସହ ବିଜେପି ବିରୋଧୀ ମେଣ୍ଟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାହୁଲଙ୍କ ଏହି ଭେଟଘାଟ ସମୟରେ କଂଗ୍ରେସର ମହାରାଷ୍ଟ୍ର ପ୍ରଭାରୀ ମଲ୍ଲିକାର୍ଜୁନ ଖଡଗେ ଏବଂ ଏନସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here