ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ରହିଥିବା ଭାରତୀୟ ପାଇଲଟ ଅଭିନନ୍ଦନ ଶୁକ୍ରବାର ନିଜ ଦେଶକୁ ଫେରିବେ। ପାଇଲଟଙ୍କୁ ଆସନ୍ତା କାଲି ଛାଡ଼ିବା ନେଇ ଘୋଷଣା କରିଛନ୍ତି ପାକ୍ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ।
ପାକିସ୍ତାନ ସଂସଦରେ ଇମ୍ରାନ ଏହା ଘୋଷଣା କରିଛନ୍ତି। ଏହା ସହିତ ପାକିସ୍ତାନ ଶାନ୍ତି ଚାହୁଁଥିବା କହିଛନ୍ତି ଇମ୍ରାନ। ଶାନ୍ତିର ପ୍ରତୀକ ଭାବେ ଆମେ ଏହି ପଦକ୍ଷେପ ନେଉଛୁ ଓ ଭାରତ ସହ ଶାନ୍ତି ପ୍ରତିଷ୍ଠା ଚାହୁଁଛୁ କହିଛନ୍ତି ଇମ୍ରାନ। ତେବେ ଶୁକ୍ରବାର ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ହସ୍ତାନ୍ତର କରିବ ପାକିସ୍ତାନ।