ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଦୁଇଟି ଅଧିକ ଦୂରଗାମୀ ‘ପିନାକ’ ରକେଟ୍ର ସଫଳ ପରୀକ୍ଷଣ କରାଯାଇଛି। ଏହି ରକେଟ୍ ଦୁଇଟି ୯୦ କିଲୋମିଟର ଦୂରବର୍ତ୍ତୀ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି।
ପୁନେର ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ(ଏଆରଡିଇ) ଓ ହାଇଦ୍ରାବାଦର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଲାବୋରୋଟୋରି(ଡିଆର୍ଡିଏଲ୍) ଦ୍ୱାରା ଏହି ପିନାକ ରକେଟ ନିର୍ମାଣ କରାଯାଇଛି।
୨୦୧୮ରେ ପରୀକ୍ଷଣ ହୋଇଥିବା ପିନାକ ରକେଟ୍ ୭୦ କିଲୋମିଟର ଦୂରବର୍ତ୍ତୀ ଲକ୍ଷ୍ୟ ଭେଦ କରିଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ବିକଶିତ କରାଯାଇ ଆଧୁନିକ ଗାଇଡେଡ୍ଯୁକ୍ତ ପିନାକ ୯୦ କିଲୋମିଟର ଦୂରବର୍ତ୍ତୀ ଲକ୍ଷ୍ୟ ଭେଦ କରିପାରିଛି।
ଭାରତୀୟ ସେନାର ବ୍ୟବହାର ପାଇଁ ଏହି ରକେଟ୍ ପ୍ରସ୍ତୁତ କରାଯାଇଛି।