ଓଡ଼ିଶାଲାଇଭ୍ ବ୍ୟୁରୋ
ହାତ ଛାଡ଼ି ପଦ୍ମ ଧରିଛନ୍ତି ଲୁଲୁ ପରିବାର। ଏହାସହ ଲୁଲୁଙ୍କ ସମର୍ଥକ ମଧ୍ୟ ପଦ୍ମ ପୋଖରୀରେ ପ୍ରବେଶ କରିଛନ୍ତି। ଫଳରେ ବ୍ରହ୍ମଗିରିରେ କଂଗ୍ରେସର ଦୁର୍ଗ ପତନ ହେବାକୁ ଯାଉଛି ବୋଲି କୁହାଯାଉଛି। ଲୁଲୁଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଆଗରେ ରଖି ବିଜେପି ବ୍ରହ୍ମଗିରି ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଏହାକୁ ବିଜେଡି ଏବଂ କଂଗ୍ରେସ କିପରି ମୁକାବିଲା କରିବେ ତା’ ଉପରେ ସମସ୍ତଙ୍କ ନଜର।