ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତରଖାନାରୁ ଶବ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ି ଶୁଭାରମ୍ଭ କରିଥିଲେ ମଧ୍ୟ ଏହି ବ୍ୟବସ୍ଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟର କୁନ୍ଦୁରା ଡାକ୍ତରଖାନାରେ ଲାଗୁ ହୋଇପାରି ନାହିଁ। ଫଳରେ ଶବଗୁଡ଼ିକୁ ବାଇକରେ ନେଉଥିବା ଦେଖିବାକୁ ମିଳୁଛି।

କୁନ୍ଦୁରା ବ୍ଲକର ବାଣୁଆଗୁଡା ପଞ୍ଚାୟତର ନାରାଗାଁରେ ଜଣେ ଏବଂ ଆସନା ପଞ୍ଚାୟତର କାଉଡିଆଗୁଡ଼ାରେ ଜଣେ ବଜ୍ରପାତରେ ପ୍ରାଣ ହରାଇଥିଲେ। ଏମାନଙ୍କୁ ଗ୍ରାମବାସୀମାନେ କୁନ୍ଦୁରା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଶବ ବ୍ୟବଛେଦ କରି ବାଇକରେ ଘରକୁ ଆଣିଥିଲେ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଏମିତି ଅନେକ ଘଟଣା ପ୍ରତିଦିନ ଘଟୁଛି। ଡାକ୍ତରଖାନାରୁ ଶବ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଗରିବ ଲୋକମାନେ ବାଇକରେ ଶବକୁ ବାନ୍ଧି ଘରକୁ ଆଣିଥାନ୍ତି। ଶବ ନେବା ପାଇଁ ଏହି ଡାକ୍ତରଖାନାରେ ତୁରନ୍ତ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here