ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ। ଧାନ କୁଇଣ୍ଟାଲ ପିଛା ୬୫ ଟଙ୍କା ବଢ଼ାଇଛନ୍ତି କେନ୍ଦ୍ର ସରକାର। ୨୦୧୮-୧୯ ଆର୍ଥିକ ବର୍ଷରେ ସାଧାରଣ ଧାନ କୁଇଣ୍ଟାଲ ୧୭୫୦ ଟଙ୍କା ଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୮୧୫ ଟଙ୍କା ହୋଇଛି।

ଏ ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୬୫ ଟଙ୍କା ବୃଦ୍ଧି କରିଛନ୍ତି। ଏ ଗ୍ରେଡ୍ ଧାନ ମୂଲ୍ୟ ୨୦୧୮-୧୯ରେ ୧୭୭୦ ଟଙ୍କା ଥିବା ବେଳେ ଏବେ ଏହା ବଢ଼ି ୧୮୩୫ ଟଙ୍କା ହୋଇଛି।

ସେହିପରି କେନ୍ଦ୍ର ସରକାର ହରଡ଼, ମୁଗ, ବିରି ଆଦିର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।

ହରଡ଼ ଡାଲି କୁଇଣ୍ଟାଲ ପିଛା ୧୨୫ ଟଙ୍କା ବଢ଼ିଥିବା ବେଳେ ମୁଗ ୭୫, ବିରି ୧୦୦ ଟଙ୍କା ବଢ଼ିଛି।

LEAVE A REPLY

Please enter your comment!
Please enter your name here