ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସରକାରଙ୍କ ଅର୍ଥନୀତି କ୍ଷେତ୍ରରେ ସୁଧାର ଆବଶ୍ୟକ
  • ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଜାନୁୟାରୀ – ମାର୍ଚ୍ଚ ମାସରେ ଘଟିଥିବା ହ୍ରାସ ଗତ ୫ ବର୍ଷ ମଧ୍ୟରେ ସର୍ବନିମ୍ନ। ଯାହାକି ୫.୮%।

ଅର୍ଥନୈତିକ ଅଭିବୃଦ୍ଧିରେ ଘଟିଥିବା ଦ୍ରୁତ ହ୍ରାସକୁ ରାଷ୍ଟ୍ରର ଏକ ସଙ୍କଟାପନ୍ନ ପରିସ୍ଥିତି ହିସାବରେ ଦୃଷ୍ଟି ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସନ୍ଧ୍ୟାରେ ଏକ ପ୍ରେସ୍ ମିଟ୍ ଡକାଇଛନ୍ତି। ଗତ ୫ ବର୍ଷର ଅର୍ଥନୀତିକୁ ଲକ୍ଷ୍ୟ କଲେ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ କ୍ରମାଗତ ହ୍ରାସ ଦୃଷ୍ଟିଗୋଚର ହୁଏ।

ଅନେକ ସମୀକ୍ଷକଙ୍କ ମତରେ ଏବଂ ପୂର୍ବ ତଥ୍ୟକୁ ଭିତ୍ତି କଲେ ଏହା ପୁନଃ ହ୍ରାସ ପାଇବାର ସମ୍ଭାବନା ରହିଛି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ପ୍ରମୁଖ ସୂଚକାଙ୍କ ହେଉଛି ଘରୋଇ ଯାତ୍ରୀବାହୀ ଯାନ। ଯାହାକି ଜୁଲାଇ ମାସ ସୁଦ୍ଧା ଏହାର ବିକ୍ରିରେ ୩୧% ହ୍ରାସ ଦେଖାଦେଇଛି। ବିଗତ ୨୦ ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ସର୍ବାଧିକ ହ୍ରାସ। ସରକାରଙ୍କର କଶ୍ମୀର ମାମଲାରେ ନେଇଥିବା ନିର୍ଣ୍ଣାୟକ ନୀତି ସ୍ୱାଗତଯୋଗ୍ୟ କିନ୍ତୁ ବ୍ୟବସାୟିକ କ୍ଷେତ୍ରରେ ଏହି ନୀତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଦେଖା ଦେଇନଥିବା କହିଛନ୍ତି ଗୋଦରେଜ୍ ଗ୍ରୁପର ଅଧ୍ୟକ୍ଷ, ଅଡି ଗୋଦରେଜ୍।

ଇଣ୍ଡିଆ ଆଇଏନଏସ୍ ଏହି ଅର୍ଥନୈତିକ ମାନ୍ଦାବସ୍ଥା ଆଗକୁ ଭୟଙ୍କର ରୂପ ନେବାର ଅନୁମାନ କରୁଛନ୍ତି। ଗୋଦରେଜ୍ ଗ୍ରୁପର ଅଧ୍ୟକ୍ଷ ଏକ ସାକ୍ଷାତକାରରେ ଦେଶର ଏହି ଅଭିବୃଦ୍ଧି ହାରରେ ହ୍ରାସ ବିପକ୍ଷରେ ତୁରନ୍ତ ଏକ ଦୃଢ଼ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି। ଅଟୋ ସେକ୍ଟର ଏବଂ କେତେକ ବଡ଼ କମ୍ପାନିମାନଙ୍କଠାରୁ ଚଢ଼ା ଦରର କର ଆଦାୟ ହେଉଥିଲେ ମଧ୍ୟ ଏହି ମାନ୍ଦାବସ୍ଥାର ସୁଧାର ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।

ଏଥିଯୋଗୁଁ ଅନେକ କମ୍ପାନି ତାଙ୍କର ଶ୍ରମସମ୍ବଳ ହ୍ରାସ ଆରମ୍ଭ କରିବା କଥା କହିଛନ୍ତି ଅଡି। ଏପ୍ରିଲ୍ ସୁଦ୍ଧା ଅଟୋ କମ୍ପାନି ତା’ର ୩ ଲକ୍ଷ ୫୦ହଜାର ଶ୍ରମିକଙ୍କୁ ଛଟେଇ କରିବା ଏକ ଦୁଃଖଦ ବିଷୟ। ତତସଙ୍ଗେ ସଙ୍ଗେ ପାର୍ଲେ ବିସ୍କୁଟ୍ କମ୍ପାନି ତା’ର ଉତ୍ପାଦର ଚାହିଦାରେ କ୍ରମାଗତ ହ୍ରାସ ଯୋଗୁଁ ଆଗକୁ ୧୦,୦୦୦ କାର୍ଯ୍ୟରତ ଶ୍ରମିକଙ୍କୁ ଛଟେଇ ଦେବା ପାଇଁ ଚେତାବନୀ ଦେଇଛି।

ଏହି ସମସ୍ତ ଅସୁବିଧା ନିପ୍ଟିରେ ହେଉଥିବା କ୍ରମାଗତ ହ୍ରାସ ଯୋଗୁଁ ଅନୁମାନ କରାଯାଉଛି। ୟୁଏସଏ୍ ଏବଂ ଚାଇନାର ବାଣିଜ୍ୟିକ ବିବାଦ ଏହିସବୁର ଏକ ପ୍ରମୁଖ କାରଣ। କେବଳ ସେତିକି ନୁହେଁ, ଏହି ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ବିଦେଶୀ ନିବେଶକାରୀ ୟାଙ୍କଡ ଜୁଲାଇ ମାସ ସୁଦ୍ଧା ତାଙ୍କର ୧୮ ନିୟୁତ ଭାରତୀୟ ଇକ୍ୟୁଟି ଫେରାଇ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here