ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି ଅନ୍ତରୀଣ ବଜେଟ୍। ବିଭିନ୍ନ ମନ୍ତ୍ରାଳୟ ପାଇଁ ଏହି ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଁ ସର୍ବାଧିକ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟକୁ ସର୍ବନିମ୍ନ ଟଙ୍କା ମିଳିଛି।

ଆସନ୍ତୁ ଜାଣିବା ଅନ୍ତରୀଣ ବଜେଟରେ କେଉଁ ମନ୍ତ୍ରାଳୟ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି।

  • ପ୍ରତିରକ୍ଷା ମନ୍ତ୍ରାଳୟ – ୬.୨ ଲକ୍ଷ କୋଟି
  • ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ – ୨.୭୮ ଲକ୍ଷ କୋଟି
  • ରେଳ ମନ୍ତ୍ରାଳୟ – ୨.୫୫ ଲକ୍ଷ କୋଟି
  • ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ – ୨.୧୩ ଲକ୍ଷ କୋଟି
  • ଗୃହ ମନ୍ତ୍ରାଳୟ – ୨.୦୩ ଲକ୍ଷ କୋଟି
  • ଗ୍ରାମୀଣ ବିକାଶ ମନ୍ତ୍ରାଳୟ – ୧.୭୭ ଲକ୍ଷ କୋଟି
  • ରସାୟନ ଏବଂ ଉର୍ବରକ ମନ୍ତ୍ରାଳୟ – ୧.୬୮ ଲକ୍ଷ କୋଟି
  • ଟେଲି କମ୍ୟୁନିକେସନ ମନ୍ତ୍ରାଳୟ – ୧.୩୭ ଲକ୍ଷ କୋଟି
  • କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ – ୧.୨୭ ଲକ୍ଷ କୋଟି

ତେବେ ଅନ୍ତରୀଣ ବଜେଟରେ ବିଭିନ୍ନ ମନ୍ତ୍ରାଳୟ ପାଇଁ ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ କେଉଁ କେଉଁ କ୍ଷେତ୍ରରେ ଏହାର ବ୍ୟବହାର ହେବ ସେ ନେଇ ଆସନ୍ତା ଜୁଲାଇ ମାସରେ ଆସିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏହାର ସବିଶେଷ ତଥ୍ୟ ମିଳିବ।

Tags: #InterimBudget2024 #UnionFinanceMinister #NirmalaSitharaman #BudgetUpdates #India

Comment