ଓଡ଼ିଶାଲାଇଭ୍ ବ୍ୟୁରୋ
“ନୂଆ ଓ ପ୍ରତିଭାଶାଳୀ ହକି ଖେଳାଳିଙ୍କ ପାଇଁ ସୁନିତା ଆଜି ଏକ ବଡ଼ ପ୍ରେରଣା। କେବଳ ଓଡିଶାର ନୁହେଁ, ଅନ୍ୟ ରାଜ୍ୟର ଖେଳାଳିଙ୍କ ପାଇଁ ମଧ୍ୟ ସୁନିତା ଏକ ଦୃଷ୍ଟାନ୍ତ। ବିଶେଷକରି ଯେଉଁମାନେ ହକିକୁ ନିଜର ପେସା କରିବାକୁ ଚାହାଁନ୍ତି, ସେମାନେ ସୁନିତାଙ୍କୁ ଅନୁସରଣ କରନ୍ତୁ।”
ଓଡ଼ିଶାର ଖେଳାଳିମାନେ ଅନ୍ୟ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥାଆନ୍ତୁ କି ନା ହକିରେ ଯେଉଁଭଳି ପାରଦର୍ଶିତା ଦେଖାଇ ଆସିଛନ୍ତି ତାହାର ଜବାବ ନାହିଁ। ଦିଲ୍ଲୀପ ତିର୍କୀଙ୍କଠାରୁ ଯାହା ଆରମ୍ଭ ହୋଇଥିଲା, ସେହି ପରମ୍ପରାକୁ ଆଗେଇ ନେବା ପାଇଁ ଅନେକ ହକି ତାରକା ଅବତୀର୍ଣ୍ଣ ହୋଇଛନ୍ତି।
ସେହିଭଳି ଜଣେ ଉଦୀୟମାନ ଖେଳାଳି ହେଉଛନ୍ତି ସୁନିତା ଲାକ୍ରା। ଗତ ମାସରେ ସେ ନ୍ୟୁଜିଲାଣ୍ଡରେ ‘ହକସ୍ ବେ କପ୍’ ଖେଳି ଭାରତ ପାଇଁ ସମ୍ମାନ ଆଣିଛନ୍ତି। ଡିଫେଣ୍ଡର୍ ଭାବେ ଭାରତ ପାଇଁ ଖେଳିବା ଅବସରରେ ସୁନିତା ୧୦୦ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ରେକର୍ଡ ସୃଷ୍ଟି କରିବା ସହିତ ଏକ ନୂତନ ସମ୍ଭାବନାର ସନ୍ତକ ହୋଇ ପାରିଛନ୍ତି।
୨୦୦୯ରେ ସୁନିତା ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ, ଆଉ ଏହି ଆଠ ବର୍ଷ ମଧ୍ୟରେ ସେ ବହୁ ବାଟ ଯାଇ ପାରିଛନ୍ତି। ପ୍ରଥମ ଅବସ୍ଥାରୁ ହିଁ ସେ ଭାରତୀୟ ମହିଳା ହକି ଟିମ୍ର ମୁଖ୍ୟ ଅବଲମ୍ବନ ହୋଇଛନ୍ତି। ଦୀପ ଗ୍ରେସ୍ ଏକ୍କା, ନମିତା ଟପୋ, ସୁଶୀଳା ଚନୁ, ଉଦିତ। ଓ ଗୁର୍ଜିତ୍ କାଉରଙ୍କୁ ସାଥିରେ ନେଇ ସୁନିତା ଅନେକ ମ୍ୟାଚ ଖେଳି ବାହାରେ ବେଶ୍ କିଛି ସଫଳତା ହାସଲ କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ସୁନିତା କମ୍ ବୟସରୁ ହିଁ ହକିରେ ପ୍ରତିଷ୍ଠା ଅର୍ଜନ କରିବା ଗୌରବର ବିଷୟ। ୧୭ତମ ଏସୀୟ କ୍ରୀଡ଼ା, ରିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ସୁନିତା। ଖାଲି ସେତିକି ନୁହେଁ ଚତୁର୍ଥ ମହିଳା ଏସୀୟ ଚାମ୍ପିଅନ ଟ୍ରଫି ତଥା କାନାଡାରେ ଅନୁଷ୍ଠିତ ମହିଳା ହକି ବିଶ୍ଵ ଲିଗ୍ରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଥିଲେ ସେ ଓ ତାଙ୍କ ଟିମ୍।
ହକି ଇଣ୍ଡିଆର ମହାସଚିବ ମୁସ୍ତାକ ଅହମ୍ମଦ କହନ୍ତି,”ସୁନିତା କଠୋର ପରିଶ୍ରମୀ। ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳି ସେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସକ୍ଷମ ହୋଇ ପାରିଛନ୍ତି।”
ନୂଆ ଓ ପ୍ରତିଭାଶାଳୀ ହକି ଖେଳାଳିଙ୍କ ପାଇଁ ସୁନିତା ଆଜି ଏକ ବଡ଼ ପ୍ରେରଣା। କେବଳ ଓଡିଶାର ନୁହେଁ ଅନ୍ୟ ରାଜ୍ୟର ଖେଳାଳିଙ୍କ ପାଇଁ ମଧ୍ୟ ସୁନିତା ଏକ ଦୃଷ୍ଟାନ୍ତ। ବିଶେଷକରି ଯେଉଁମାନେ ହକିକୁ ନିଜର ପେସା କରିବାକୁ ଚାହାଁନ୍ତି, ସେମାନେ ସୁନିତାଙ୍କୁ ଅନୁସରଣ କରନ୍ତୁ ଏହା କହିଛନ୍ତି ଅହମ୍ମଦ ।
ଜୁନ୍ ୧୧ରେ ସୁନିତାଙ୍କୁ ୨୬ ବର୍ଷ ପୂରିବ। ଏତେ କମ୍ ବୟସରୁ ସେ ନିଜ ପାଇଁ ହକିରେ ଯେଉଁ ସ୍ଥାନ ଅଧିକାର କରିଛନ୍ତି ତାହା ବିରଳ। ଆଗକୁ ସେ ଆହୁରି ଅଧିକ ସଫଳତା ହାସଲ କରିବେ ଓ ଭାରତର ଜାତୀୟ ଖେଳ ପାଇଁ ନିଶ୍ଚୟ ଅନେକ ଗୌରବ ଆଣିଦେବେ।
Please post in English, as I don’t understand the language you are using
http://www.odisha.live is a bilingual portal and we publish stories and articles in English and Odia. As a policy, we leave the decision of chosing the language to the journalists, writers and columnists. So we humbly appeal to our readers and visitors to choose content of their interest and language. Thanks for your feedback. -Editor
This is the profile of Sunita Lakra who completed 100 matches as defender of Indian women’s hockey team.