ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନିତା ଲାକ୍ରା। ଆଣ୍ଠୁରେ ଆଘାତ କାରଣରୁ ସେ ଅବସର ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ନାଲକୋ ପକ୍ଷରୁ ହକି ଖେଳିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଆ ମହିଳା ହକି ଖେଳାଳି ସୁନିତା ୨୦୦୮ ମସିହାରେ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୬ରେ ସେ ରିଓ ଅଲମ୍ପିକ୍ସରେ ଭାଗ ନେଇଥିଲେ।

ସୁନିତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ। ୨୦୦୮ରୁ ଏଯାଏଁ ସେ ୧୫୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ୨୦୧୮ରେ ଏସିୟ ଚାମ୍ପିୟନସିପ୍‌ ଟ୍ରଫି ମହିଳା ହକି ଦଳର ଅଧିନାୟିକ ମଧ୍ୟ ଥିଲେ ସୁନିତା ଲାକ୍ରା।

Comment