ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ମହିଳା ହକି ଟିମ୍‌ର ଅଧିନାୟକ ହୋଇଛନ୍ତି ସୁନ୍ଦରଗଡ଼ ଝିଅ ସୁନୀତା ଲାକ୍ରା। ଦକ୍ଷିଣ କୋରିଆରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ମହିଳା ହକି ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଏନେଇ ହକି ଇଣ୍ଡିଆ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି।

ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀଙ୍କୁ ଏହି ଟ୍ରଫିରେ ବିଶ୍ରାମ ଦିଆଯାଇଛି। ତାଙ୍କ ଜାଗାରେ ସୁନୀତା ଲାକ୍ରାଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି।

ଦକ୍ଷିଣ କୋରିଆରେ ମେ’ ୧୩ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଭାରତ। ଏଥିରେ ସୁନୀତା ଲାକ୍ରାଙ୍କ ସମେତ ୪ ଜଣ ଓଡ଼ିଆ ହକି ଖେଳାଳି ଏହି ଟିମ୍‌ରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଲିଲିମା ମିଞ୍ଜ, ଅନୁପା ବରାଳ, ନମିତା ଟପୋ।

ମେ ୧୩ରେ ଭାରତୀୟ ମହିଳା ହକି ଟିମ୍ ଜାପାନକୁ ଭେଟିବ। ୨୦୧୬ରେ ଚୀନକୁ ହରାଇ ଏସିଆନ ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା ଭାରତ। ଏଥର ସୁନୀତାଙ୍କ ନେତୃତ୍ୱରେ ଭାରତ ପୁଣି ଚକ୍‌ମା ଦେଖାଇବ ବୋଲି ସମସ୍ତଙ୍କର ଆଶା ରହିଛି।

ଟିମ୍‌ରେ କେଉଁମାନେ?

ସୁନୀତା ଲାକ୍ରା (ଅଧିନାୟକ), ସବିତା (ଉପ-ଅଧିନାୟକ), ସ୍ୱାତୀ, ଦୀପିକା, ଦୀପ ଗ୍ରେସ ଏକ୍କା, ଗୁରୁଜିତ କଉର୍, ସୁମନ ଦେବୀ ଥଉଡମ, ମୋନିକା, ନମିତା ଟପ୍ପୋ, ନିକି ପ୍ରଧାନ, ନେହା ଗୋଏଲ, ଲିଲିମା ମିଞ୍ଜ, ନବଜୋତ କଉର୍, ଉଦିତା, ବନ୍ଦନା କଟରିଆ, ଲାଲରେମସିଆମି, ନବନିତ କଉର୍, ଅନୁପା ବରାଳ।

1 COMMENT

Comment