ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କର ୧୧୦ ଦିନିଆ ଭାରତ ଗସ୍ତରେ ବାହାରି ଓଡ଼ିଶାରେ ପହଞ୍ଚିଛନ୍ତି। ତାଙ୍କର ତ୍ରି-ଦିବସୀୟ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଢେର ବୟାନବାଜି ହୋଇଛି। ଆସନ୍ତୁ ଶୁଣିବା ଆଜି କିଏ କଣ କହିଲେ:
ନବୀନ ପଟ୍ଟନାୟକ: “ମୋର ସନ୍ଦେହ ରହିଛି ସେମାନେ ଏତେ ସଂଖ୍ୟକ ଆସନ ଜିତିବେ।”
ଅମିତ ଶାହା: “ବିଜେପି ଓ ବାମପନ୍ଥୀ ଦଳକୁ ଛାଡ଼ିଦେଲେ ଅନ୍ୟ କୌଣସି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ।”
ସମ୍ବିତ୍ ପାତ୍ର: “ଓଡ଼ିଶାର ଲୋକେ ବିଜେଡ଼ିର କୁଶାସନ ଓ ଦୁର୍ନୀତିରେ ଅତିଷ୍ଠ ହୋଇପଡ଼ିଲେଣି ଏବଂ ବିଜେପିର ଭଲ ଶାସନକୁ ଅପେକ୍ଷା କରିଛନ୍ତି।”
ପ୍ରକାଶ ଜାଭେଦକର: “ବହୁତ ହୋଇଗଲା। ଗତ ସତର ବର୍ଷର ବିଜେଡ଼ି ଶାସନ ଲୋକଙ୍କୁ ନିରାଶ କରିଛି। ସେମାନେ ପରିବର୍ତ୍ତନ ଚାହୁଁଛନ୍ତି।”
ଧର୍ମେନ୍ଦ୍ର ପ୍ରଧାନ: “ମୁଁ ନବୀନଙ୍କ ସନ୍ଦେହକୁ ସ୍ୱାଗତ କରୁଛି ଓ ଏଥପାଇଁ ତାଙ୍କୁ ବଧେଇ ଜଣାଉଛି। ଆସନ୍ତା ନିର୍ବାଚନରେ ରାଜ୍ୟର ଲୋକେ ସ୍ଥିର କରିବେ କିଏ ରାଜ୍ୟର ଶାସନ ଭାର ଗ୍ରହଣ କରିବ।”

Tags: Amit Shah, Naveen Patnaik, Prakash Javedkar, Sambit Patra, Dharmendra Pradhan, Politics, Odisha Politics, BJD, BJP, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

LEAVE A REPLY

Please enter your comment!
Please enter your name here