ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ସିଧାସଳଖ ମୁହଁ ଖୋଲୁଛନ୍ତି। ଏହାର ପ୍ରମାଣ ମିଳିଛି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ଗସ୍ତରୁ। ଶାହାଙ୍କ ‘ମିଶନ-୧୨୦’କୁ ନେଇ ମୁହଁ ଖୋଲିବା ପରେ ଏବେ ‘ବୟସ’ ମନ୍ତବ୍ୟରେ ପୁଣି ମୁହଁ ଖୋଲି ନବୀନ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି।

ପୁଣି ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ମନ୍ତବ୍ୟକୁ ପୁଣି ଟାର୍ଗେଟ୍‌ କଲେ ବିଜେଡି ସୁପ୍ରିମୋ। ରାଜନୀତିରେ ବୟସକୁ ନେଇ ଶାହା ଉଠାଇଥିବା ପ୍ରଶ୍ନର ନବୀନ ସିଧାସଳଖ ଜବାବ ଦେଇଛନ୍ତି। କହିଛନ୍ତି, ”ଆଇ ଡୋଣ୍ଟ ନୋ ହ୍ୱାଟ ଶାହା ଇଜ୍ ଡାଉଟିଂ ଅଫ୍ ମାଇଁ ଏଜ୍”। ନବୀନଙ୍କ ଏହି ଧାଡିକିଆ ଉତ୍ତର ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।
ବୁଧବାର ଶାହାଙ୍କ ମିଶନ-୧୨୦କୁ ନେଇ ନବୀନ ପ୍ରଶ୍ନ ଉଠାଇଥିଲେ। ମୁହଁ ଖୋଲି ଗଣମାଧ୍ୟମରେ କହିଥିଲେ ‘ଆଇ ଡାଉଟ୍ ଭେରି ମଚ୍’। ଆଉ ନବୀନଙ୍କ ‘ଡାଉଟ୍’ର ଉତ୍ତର ମଧ୍ୟ ଦେଇଥିଲେ ଶାହା। ୧୨୦ ଗଣିତକୁ ନେଇ ନବୀନ-ଶାହାଙ୍କ ବାକ୍ ଯୁଦ୍ଧ ଦୁଇ ଦିନ ତଳେ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲା।
ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଶନ-୧୨୦ ସମ୍ପର୍କରେ ଶାହା ନବୀନଙ୍କ ନାଁ ନନେଇ କହିଥିଲେ, ”କୁଛ୍ ଲୋଗ୍ କୋ ୟେ ଅସମ୍ଭବ ଲଗତା ହୈ, କ୍ୟୁଁକି ଉମର କାଫି ହୋ ଚୁକି ହୈ।”
ଅମିତ ଶାହାଙ୍କର ଏହି ତାତ୍ସଲ୍ୟ ଭରା ବାକ୍ୟର ଶୁକ୍ରବାର ନବୀନ ସିଧା ସଳଖ ଉତ୍ତର ଦେଇ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।
ଖାଲି ସେତିକି ନୁହେଁ, ଶାହାଙ୍କ ଗସ୍ତ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ନବୀନ କହିଛନ୍ତି। ସାଂପ୍ରତିକ ରାଜନୀତିରେ ନବୀନ ବାରମ୍ବାର ମୁହଁ ଖୋଲୁ ଥିବାରୁ ରାଜନୀତି ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛି।
ଖାଲି ନବୀନ ନୁହନ୍ତି, ବିଜେଡିର ଆଗଧାଡିର ୩ ନେତା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି। ୩ ଦିନ ହେଲା ଶାହା ବିଜେଡିକୁ ଯେଉଁଭଳି ଢ଼ଙ୍ଗରେ ସମାଲୋଚନା କରିଛନ୍ତି ବିଜେଡି ତା’ର ଦୃଢ଼ ଜବାବ ଦେଇଛି।  ଶାହା ଯିବା ପରେ ଏବେ ଓଡ଼ିଶାରେ ଆକ୍ଷେପ, ପ୍ରତି ଆକ୍ଷେପର ରାଜନୀତି ଆରମ୍ଭ ହୋଇଛି।

Tags: Amit Shah, Bhubaneswar News, BJD, BJP, BJP Govt, Breaking News, Naveen Patnaik, Latest News, MAHAADHIBESHAN, Mission-120, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics, ShahInOdisha, Top Stories

LEAVE A REPLY

Please enter your comment!
Please enter your name here